*ନୂଆପଡା ପି. ଏମ. ଶ୍ରୀ ନେସନାଲ ହାଇସ୍କୁଲରେ ଜାତୀୟ ଯୁବ ଦିବସ ପାଳିତ* l
ନୂଆପଡା(ମିଖାଏଲ ନନ୍ଦ)
,
ସ୍ବାମୀ ବିବୋନନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ଦିବସ ୨୦୨୬ ସ୍ଥାନୀୟ ପି. ଏମ. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ ରେ ଥିବା ମଣ୍ଡପରେ ମହା ସମାରୋହରେ ପାଳନ ହୋଇଯାଇଛି l ସର୍ବ ପ୍ରଥମେ ସ୍ୱାମୀ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ୬୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ,କ୍ରୀଡ଼ାବିତ ଏବଂ କ୍ରୀଡା ସଂଗଠକ ଯୋଗଦେଇଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୁହିକ ବନ୍ଦେମାତରଂ ଗାନ କରାଯାଇଥିଲା l ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋଲାପ ସାହୁ ସଭାପତିତ୍ଵ କରିଥିଲେ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟର ଶିକ୍ଷକ ସୁକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l
