*ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନ୍ତର୍ଗତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷେତ୍ର ପରିଦର୍ଶନ ବର୍ଜ୍ୟବସ୍ତୁ ରେ ପୁନଃ ବ୍ୟବହାର*
ନୂଆପଡା(ମିଖାଏଲ ନନ୍ଦ)
ଜିଲ୍ଲା ଆଇନ ସେବା ପ୍ରାଧିକରଣର ନୂତନ ଭାବେ ନିଯୁକ୍ତ ଅଧିକାର ମିତ୍ରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ, ସମ୍ପଦ କେନ୍ଦ୍ର, ଗଡ଼ତୋର, ବର୍ଜ୍ୟବସ୍ତୁ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ କରିଛନ୍ତି। ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶଙ୍କ ନେତୃତ୍ବରେ ଅଧିକାର ମିତ୍ରଗଣ ପ୍ରଥମେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ପରିଦର୍ଶନ ନିମନ୍ତେ ଯାଇଥିଲେ । ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଶୁଷ୍କ ଓ ଓଦା ଆବର୍ଜନାର ପ୍ରକାର, ପୃଥକୀକରଣ ବିଷୟରେ ତାଲିମ ଦେଇଥିଲେ । ସେ ମଧ୍ଯ ଏକକ-ବ୍ୟବହାର ପ୍ଲାଷ୍ଟିକ ନିଷେଧ ପାଇଁ କରାଯାଉଥିବା ସଚେତନତା ଓ ଖିଲାପ କଲେ ଆଦାୟ କରାଯାଉଥିବା ଜରିମାନା ବିଷୟରେ ଧାରଣା ଦେଇଥିଲେ । ତାପରେ ପରିଷଦର ବର୍ଯ୍ୟବସ୍ତୁ ପରିଚାଳନା ବିଶେଷଜ୍ଞ ଅଧିକାର ମିତ୍ରଗଣଙ୍କୁ ସମ୍ପଦ କେନ୍ଦ୍ର, ଗଡତୋର, ମଳ ଉପଚାର କେନ୍ଦ୍ର, ଶାଖାତୋରା କୁ କ୍ଷେତ୍ର ପରିଦର୍ଶନ ପାଇଁ ନେଇଯାଇଥିଲେ । ସେଠାରେ ସେ ଏକକ-ବ୍ୟବହାର ପ୍ଲାଷ୍ଟିକ ପୃଥକୀକରଣ, ଖତ ପ୍ରସ୍ତୁତି ପ୍ରଣାଳୀ, ଆବର୍ଜନାର ପୁନଃବ୍ୟବହାର ଇତ୍ୟାଦି ବିଷୟରେ ବିସ୍ତୃତ ଧାରଣା ଦେଇଥିଲେ ।
