*ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ତାଳଚେର ଗସ୍ତ*
ତାଳଚେର :ତା 13/01/2026: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଆଜି ମଙ୍ଗଳବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି |ହାଣ୍ଡିଧୂଆଁ ହାଇସ୍କୁଲ ର ପିଏମ ଶ୍ରୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |ଘଣ୍ଟପଡା ପଂଚାୟତ ଓଡ଼ାଶର ଗ୍ରାମ ନିକଟରେ ନୂତନ କଲୋନୀ ରେ ମେଡ଼ିସିନ ସ୍ପେସିଆଲିଷ୍ଟ ଡ଼ା ଅଶୋକ କୁମାର ଜେନା ଙ୍କ ବାସଭବନ ନିକଟରେ ପହଂଚି ସମ୍ପର୍କ କରିବା ସହ ଉପସ୍ଥିତ ଜନସାଧାରଣ ଙ୍କର ଆପତ୍ତି ଅଭିଯୋଗ ଶୁଣି ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସହ କଥାହୋଇ ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ |ଡେରା ଠାରେ ବିଜେପି ରେଳ ମଣ୍ଡଳ ର ବୈଠକ ରେ ଯୋଗଦେଥିଲେ |ସାଂସଦ ଙ୍କ ସହ ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ ଉପସ୍ଥିତ ଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ସନ୍ଥପଡା ସରପଞ୍ଚ ସହଦେଵ ସାହୁ, ବରୁଣ କୁମାର ସାହୁ, ବିରଞ୍ଚି ପାଣି, ସୁବାସ ସାହୁ, କାଉନସିଲର ଲିନା ସାହୁ, ଜ୍ଞାନେସର ସାହୁ ,ଜଗଦୀଶ ପ୍ରସାଦ ସିଂହ, ଅମିତ କୁମାର ଦାସ, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ଧିରେନ ସାହୁ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
