ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁରରେ ମ୍ୟୁଜିକ୍ ଥେରାପି କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ
!ଭୁବନେଶ୍ୱର, ): ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର (ପର୍ଯ୍ୟାୟ-୨)ରେ ମ୍ୟୁଜିକ୍ ଥେରାପିର ଏକ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଆଲୋକ ପଣ୍ଡାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।ଏହି ମନମୋହନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନେ ଯଥା- ତୁଷାର କାନ୍ତ ହୋତା, ସୁତପା ସୁଭଦର୍ଶିନୀ, ସ୍ୱାଗତିକା ବଡ଼ୁ, ସରୋଜ ନଳିନୀ ମିଶ୍ର, ଧନେଶ୍ୱର ବରାଡ଼, ପ୍ରତିମା ପଣ୍ଡା ଆଦି ଉପସ୍ଥିତ ଥିଲେ।ସମଗ୍ର କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଆନନ୍ଦର ସୁରଭା ପ୍ରସାରିତ କରିଥିଲା। ଏହା ସମସ୍ତଙ୍କ ମନକୁ ଆନନ୍ଦରେ ଭରି ଦେଇଥିଲା।ସର୍ବଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଲିଜା ସାହୁ କହିଥିଲେ, “ଏହି ଉନ୍ନତମାନର କାର୍ଯ୍ୟକ୍ରମ ପିଲାମାନଙ୍କର ମାନସିକ ଦକ୍ଷତା ବୃଦ୍ଧିରେ ଅତ୍ୟନ୍ତ ସହାୟକ ହେବ।” ସେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପଣ କରିଥିଲେ।ଏଭଳି ଉନ୍ନତିମୁଖୀ କାର୍ଯ୍ୟକ୍ରମ ବିଦ୍ୟାଳୟର ଶିକ୍ଷାକୁ ନୂତନ ଉଚ୍ଚତାରେ ନେବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
