*ତୀଖାଲି ମଣ୍ଡୋଷିଲ ସବ୍ ମାଇନର କେନାଲ (୬ ନମ୍ବର) ର ଶେଷ ମୁଣ୍ଡରେ ଲାଗିଥିବା ୟୁଜିପିଏଲ ରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯାଉ ନଥିବା ଅଭିଯୋଗ,ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗ କୁ ଅନୁରୋଧ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ଅନ୍ତର୍ଗତ ମଣ୍ଡୋଷିଲ ଗ୍ରାମ ଉପରପଡ଼ା ଚାଷୀ ମାନଙ୍କ ଜମି ତଥା ଗଡରାସନି ଡଙ୍ଗର ର ଦକ୍ଷିଣ ପଟେ ଥିବା ଚିନ୍ଦାଗୁଡ଼ା ଓ କୁସମାଲ ଗ୍ରାମର ପ୍ରାୟ ୧୦୦ ଏକର ରୁ ଉର୍ଦ୍ଧ୍ବ ଜମିକୁ ଜଳ ସେଚନ ସୁବିଧା ପାଇଁ ଲୋଆର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ରେ ଜଳ ସେଚନ ସୁବିଧା ରହିଅଛି। କିନ୍ତୁ ବର୍ତ୍ତମାନ ପାଣି ଏ ପର୍ଯ୍ୟନ୍ତ ମାଡ଼ି ପାରି ନାହିଁ । ଏହି ଜମି ଗୁଡ଼ିକର ମାଲିକ ସମସ୍ତେ ପ୍ରାୟ ଛୋଟ ଓ ନାମ ମାତ୍ର ଚାଷୀ। ସମସ୍ତଙ୍କ ମନରେ ବର୍ତ୍ତମାନ ରବି ଧାନ ଚାଷ କରି ପାରିବେ କି ନାହିଁ ଭାଳେଣି ପଡ଼ିଛି। ଗତ ବର୍ଷ ରବି ଧାନ ଫସଲ ଭଲ ହୋଇଥିଲା। ଅନେକ ଛୋଟ ଓ ନାମ ମାତ୍ର ଚାଷୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ନଯାଇ, ରବି ଚାଷ ଉପରେ ନିର୍ଭର କରି ନିଜ ଆର୍ଥିକ ଅବସ୍ଥା ସୁଧାରି ଥିଲେ। ଚାଷୀ ମାନେ ଲୋଆର ଇନ୍ଦ୍ର ପ୍ରକଳ୍ପ ଅଧିକାରୀଙ୍କୁ ଜରୁରୀ ପରିମାଣରେ ପାଣି ଛାଡ଼ିବା ପାଇଁ ବାରମ୍ବାର ଗୁହାରି କରି ସାରିଲେଣି। ହେଲେ ଅଧିକାରୀ ପୁରା ପାଣି ଛାଡ଼ିଛୁ, ଆଉ ବିଶେଷ କିଛି କରିହେବ ନାହିଁ ବୋଲି ଜବାବ ଦେଉଛନ୍ତି ବୋଲି ମଣ୍ଡୋଷିଲ ଗ୍ରାମବାସୀ ଜଣାଇଛନ୍ତି। ବର୍ତମାନ ଚାଷୀଙ୍କ ମନରେ ଆଶଙ୍କା ଯେ ନିଜ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବାର ସ୍ବପ୍ନ ଅଧୁରା ରହି ଯିବ, ସେମାନେ ପୁଣିଥରେ ଦାଦାନ ଜିବାଲାଗି ବାଧ୍ୟ ହେବେ।
