*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ ପକ୍ଷ ରୁ ଏକତା ଦିବସ ପାଳିତ, ସ୍ୱଦେଶୀ ସଂକଳ୍ପ ଆହ୍ବାନ କରିଥିଲେ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୨.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ ପକ୍ଷ ରୁ ଏକତା ଦିବସ ପାଳିତ, ସ୍ୱଦେଶୀ ସଂକଳ୍ପ ଆହ୍ବାନ କରିଥିଲେ। ଆଜି କଲେଜ୍ ପରିସର ମଧ୍ୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରି ସ୍ବାମୀ ବିବେକାନନ୍ଦ ଯୁବ ମାନସ ଙ୍କ ପ୍ରତି ପ୍ରେରଣା ଉତ୍ସ ବୋଲି କହିଥିଲେ। ସଭାରେ ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ , ସସ୍ମିତା ବିଶି, ପୁଷ୍ପାଞ୍ଜଳୀ ପ୍ରଧାନୀ, ବନିତା ନନ୍ଦ, ପାଙ୍କଜିନି ବିଶି, ସ୍ୱରୂପା ରାଣୀ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରୀମାନେ ଯୋଗ ଦେଇ ବିବେକାନନ୍ଦ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।
