ସ୍ୱାମୀ ବିବେକାନ୍ଦଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭୂମି ପୂଜନ ଓ ନାମ ସଂକୀର୍ତ୍ତନ।
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ରଙ୍ଗିପୁର ଗ୍ରାମ ପଞ୍ଚାୟତ ର ରାଲବ ଗ୍ରାମରେ ଥିବା ସ୍ୱାମୀ ବିବେକାନନ୍ଦ ହିଲ ଟପ ରେ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଭୂମି ପୂଜନ ଓ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ସ୍ୱାମୀ ବିବେକାନନ୍ଦ ଙ୍କ ନୀତି ଓ ଆଦର୍ଶ ଅନୁପ୍ରାଣିତ ହେବା ପାଇଁ ଉପସ୍ଥିତ ଅତିଥିମାନେ ଯୁବବର୍ଗ ଙ୍କୁ ପରାମର୍ଶ ଦେଇଥିଲେ।ଏହି ଜନ୍ମ ଜୟନ୍ତୀ ଅବସରରେ ଅତିଥି ମାନେ ବିବେକାନନ୍ଦ ଙ୍କ ଜୀବନୀ କାହାଣୀ ଉପରେ ଆଲୋକପାତ କରିଥିଲେ। ବହୁ ବର୍ଷ ଅପେକ୍ଷା ର ଅନ୍ତ ଘଟି ଆଜି ର ଏହି ଶୁଭ ମୁହୁର୍ତରେ ସ୍ୱାମୀଜୀ ଙ୍କ ପ୍ରତିମୂର୍ତ୍ତି ର ଭୂମି ପୂଜନ ହୋଇପାରିଛି ବୋଲି ଗଙ୍ଗାଧର ଶତପଥୀ ତାଙ୍କ ବୁକ୍ତବ୍ୟରେ କହିଥିଲେ। ଏହି ସ୍ଥାନକୁ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ନିର୍ମାଣ କରାଯିବ ଏବଂ ଜନସାଧାରଙ୍କ ସହଯୋଗ ଏକାନ୍ତକାମ୍ୟ ବୋଲି ରଜତ ପଣ୍ଡିତ କହିଥିଲେ। ଆଜିର ଯୁବ ସମାଜ ସ୍ୱାମୀଜୀଙ୍କ ଚିନ୍ତାଧାରା ରେ ଯଦି ଅନୁପ୍ରାଣିତ ହୁଅନ୍ତି ତାହାହେଲେ ସୁନ୍ଦର ଏବଂ ସୁସ୍ଥ ସମାଜ ଗଠନ ରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ବର୍ତ୍ତମାନ ର ମନ୍ତ୍ରୀ ବିଭୁତି ଭୂଷଣ ଜେନା ୨୦୧୦ମସିହା ରେ ଏହି ପାହାଡକୁ ବୁଲିବାକୁ ଆସି ସେ ସେହିଠାରେ ହିଁ ସ୍ୱାମୀ ବିବେକାନନ୍ଦ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମନସ୍ଥ କରିଥିଲେ। ସେହିସମୟର ଅନ୍ତ ଘଟି ଆଜି ସ୍ବପ୍ନ ପୂରଣ ହୋଇଛି ବୋଲି ବ୍ରଜମୋହନ ନାହାକ କହିଥିଲେ। ଏହାକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ର ରୂପରେଖ ଦିଆଯିବ ବୋଲି ଗୌରୀ ସାମନ୍ତରାୟ କହିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ କବିରାଜ ଖୁଣ୍ଟିଆ, ଟୁକୁନା ମହାନ୍ତି, ରବୀନ୍ଦ୍ର ପ୍ରଧାନ, ପିଣ୍ଟୁ ଦାସ, ଟୁଡୁ ଦାସ, ନାରାୟଣ ଗୌଡ଼ ଓ ଶୁଭମ ମହାପାତ୍ର ସମେତ ଆଖପାଖ ଅଞ୍ଚଳର ବହୁ ଲୋକ ପରିଚାଳନାରେ ସହଯୋଗ କରିଥିଲେ।
