ହଟହଟା ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ତା-୧୨/୧/୨୬
ଦଶରଥପୁର
ଭଞ୍ଜଦୂତ(ନି.ପ୍ର)
ଆଦର୍ଶବିଦ୍ୟାଳୟ ର ଷଷ୍ଠ ଶ୍ରେଣୀର ପ୍ରବେଶିକା ପରୀକ୍ଷା କେନ୍ଦ୍ର ହଠାତ୍ ପରିବର୍ତ୍ତନ ହେବା କାରଣରୁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ହଟହଟା ସମ୍ମୁଖୀନ ହୋଇଛନ୍ତି. ଯାଜପୁର ଜିଲ୍ଲା ଅନ୍ତର୍ଗତ ଦଶରଥପୁର ବ୍ଲକ ମଲ୍ଲିକାପୁର ଠାରେ ଆଦର୍ଶ ବିଦ୍ୟାଳୟ ଅଛି. ଏଠାରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ କାଟିଆ ସ୍ଥିତ କୃଷ୍ଣ ପ୍ରଧାନ ଉଚ୍ଚ ବିଦ୍ୟାଳୟ ଓ ବାମଦେବପୁର ସ୍ଥିତ ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର କରାଯାଇଥିଲା. ସକାଳ ୯ଟା ସୁଦ୍ଧା ପହଞ୍ଚିବା ପରେ ୧୦ ଘଟିକା ସମୟରେ ପରୀକ୍ଷା ଥିଲା. ଯଯାତି କେଶରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କୁ ପ୍ରବେଶ ପତ୍ର ମିଳିଥିଲା. ପରୀକ୍ଷାର୍ଥୀ ମାନେ ସେଠାରେ ପ୍ରବେଶ ପାଇଁ ଉପସ୍ଥିତ ଥିବା ବେଳେ କାଟିଆ ସ୍ଥିତ କୃଷ୍ଣ ପ୍ରଧାନ ଉଚ୍ଚ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର କରାଯାଇବା ବୋଲି ସୂଚ଼ନା ଦିଆଯାଇଥିଲା. ଯାହାକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ମଧ୍ୟରେ ହୋହ୍ଲା କରିଥିଲେ. କିଛି ପରୀକ୍ଷାର୍ଥୀ କାଟିଆ ସ୍ଥିତ କୃଷ୍ଣ ଚ଼ନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପ୍ରବେଶିକା ପରୀକ୍ଷା ଦେଇଥିଲେ. ଆହୁରି ବହୁ ପରୀକ୍ଷାର୍ଥୀ ଠିକ୍ ସମୟ ମଧ୍ୟରେ ପହଞ୍ଚିପାରି ନଥିଲେ. ଏ ସମ୍ପର୍କରେ ଦଶରଥପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ମଲିକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନଥିଲା.
