*ତିଖାଳି ପର୍ଯ୍ୟଟନ ସ୍ଥଳୀ ଠାରେ ଏକ୍ସସାର୍ବିସମେନ ଆସୋସିଏସନ ନୂଆପଡା ସଂଘ ବୈଠକ, କର୍ମକର୍ତ୍ତା ଚୟନ*
ନୂଆପଡା(ମିଖାଏଲ ନନ୍ଦ)
ତା:-୧୧.୦୧.
ନୂଆପଡା ଜିଲ୍ଲା ର ସମସ୍ତ କାର୍ଯ୍ୟରତ ଏବଂ ଭୁତପୂର୍ବ ସୈନିକ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ତିଖାଳି ପର୍ଯ୍ୟଟନ ସ୍ଥଳୀ ଠାରେ ଏକ୍ସସାର୍ବିସମେନ ଆସୋସିଏସନ ନୂଆପଡା ସଂଘ ବୈଠକ ହୋଇଥିବା ବେଳେ, କର୍ମକର୍ତ୍ତା ଚୟନ ହୋଇଅଛି। ବୈଠକ ରେ ସର୍ବ ସମ୍ମତି କ୍ରମେ ନିମାଇଁ ଚରଣ ତାଣ୍ଡି ଙ୍କୁ ସଂଘ ସଭାପତି ରୂପେ ଏବଂ ପ୍ରଫୁଲ୍ଲ ଦଣ୍ଡସେନା ଙ୍କୁ ଉପ ସଭାପତି ଗୋକୁଳ ନାଏକ ଙ୍କୁ ସମ୍ପାଦକ ଶମ୍ଭୁନାଥ ମାଝୀ ଙ୍କୁ କୋଷାଧକ୍ଷ ଏବଂ ପବିତ୍ର ମାଝୀ ଙ୍କୁ ସହ ସମ୍ପାଦକ ଭାବରେ ମନୋନୀତ କରିଛନ୍ତି। ଉପଦେଷ୍ଟା ମଣ୍ଡଳୀ ରେ ବିଜୟାନନ୍ଦ ମଲ୍ଲିକ, ମୋହନ ମାଝୀ, ଭୁବନ ବାଗ, ବିଭୁଦତ୍ତ ବାବୁ, ଗଣେଶ ରାମ ମେହେର, ଯୁବରାଜ ସାହୁ ଏବଂ ନରେନ୍ଦ୍ର ବେହେରା ଙ୍କୁ ମନୋନୀତ କରିଥିଲେ। ସଭା ରେ ବହୁ ସଂଖ୍ୟକ ପୂର୍ବତନ ସୈନିକ ଉପସ୍ଥିତ ଥିଲେ। ସଂଗଠନ ର ନାମ “ଏକ୍ସସାର୍ବିସମେନ ଆସୋସିଏସନ ନୂଆପଡା ” ରେ ନାମିତ କରିବା ସହ ପୂର୍ବତନ ସୈନିକ ଙ୍କ ସମ୍ମିଲନି ଅନୁଷ୍ଠିତ ହେବ। ଖଡିଆଳ ରାଜା ସାହେବ୍ ଜିତା ମିତ୍ର ପ୍ରସାଦ ସିଂ ଦେଓ ଙ୍କ ବିୟୋଗରେ ନୀରବ ପ୍ରାର୍ଥନା ଏବଂ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।
