ଖଡ଼ିଆଳ(ମିଖାଏଲ ନନ୍ଦ)ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବସଷ୍ଟାଣ୍ଡ ଠାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ତଥା ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆଜି ନୂଆପଡା ଜିଲ୍ଳା ଖଡ଼ିଆଳ ବିଜ୍ଞାପିତ ପରିଷଦ ତରଫରୁ ବିଭିନ୍ନ ଜନଗହଲି ସ୍ଥାନରେ ଜଳାଛତ୍ର ଖୋଲାଯାଇଛି। ପ୍ରଥମେ ଖଡ଼ିଆଳ ବସ୍ ଷ୍ଟାଣ୍ଡ ରେ ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସ୍ୱାଧୀନ କେତନ ମହାରଣା ଙ୍କ ଦ୍ୱାରା ଆରମ୍ଭ କରାଗଲା ଏଠାରେ ଉପ ଛାୟାରମ୍ୟାନ ଶ୍ରୀମତୀ ଶକୁନ୍ତଳା ରାଉତ, ଅତିରିକ୍ତ ତହସିଲଦାର ଶ୍ରୀମାନ ତ୍ରିଲୋଚନ ନାଏକ,ୱାର୍ଡ଼ ନମ୍ବର ୨ର କାଉନସିଲର ରେବତୀ ଶବର ,ଏମପି ଏସ ଇଜାର ତାଣ୍ଡି ଥିଲେ।ଖଡ଼ିଆଳ ବସଷ୍ଟାଣ୍ଡ ବ୍ୟତୀତ ତହସିଲ କାର୍ଯ୍ୟାଳୟ ପରିସର ରେ ଜଳାଛତ୍ର ଆରମ୍ଭ କରାଗଲା।ବସ୍ ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ପାନୀୟ ଜଳ ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହୋଉଥିଲେ। ଜଳାଛତ୍ର ହେବା ଦ୍ୱରା ପାନୀୟ ଜଳ ର କିଛି ସମସ୍ୟା କୁ ଦୂର କରି ହେବ ଆଉ ଯାତ୍ରୀ ମାନେ ଉପକୃତ ହେବେ। ଖଡ଼ିଆଳ ବସଷ୍ଟାଣ୍ଡ ରୁ ଛତିଶଗଡ,କଟକ, ଭୁବନେଶ୍ୱର, ହାଇଦ୍ରାବାଦ, ବ୍ରହ୍ମପୁର କୁ ବସ୍ ଚଳାଚଳ ହୋଉଛି।ଅନେକ ସହର ରୁ ଲୋକମାନେ ଯାତାୟାତ କରୁଛନ୍ତି। ଜଳାଛତ୍ର ହେବା ଦ୍ୱାରା ଯାତ୍ରୀ ମାନେ ଉପକୃତ ହେବେ।
