—————————————
କବିତାର ଆବେଗରେ ମାନବୋଚିତ ସ୍ୱର ଥାଏ । କବିର ଦୃଷ୍ଟି ସତ୍-ଚିତ୍-ଆନନ୍ଦ ଆଡକୁ ଥାଏ। କବିତାର ସାଂଗୀତିକତା ହୃଦୟରେ ଶିହରଣ ଖେଳାଇଥାଏ।କବିତା କିଛି ଶବ୍ଦର ସମାହାର ନୁହେଁ ;ବରଂ ପାଠକକୁ ଚହଲେଇ ପାରୁଥିବା ଏକ ଶକ୍ତି ।ଯୁଗଯୁଗକୁ କବିତା ବସୁଧେଇବ କୁଟୁମ୍ବକମ ବୋଲି ସର୍ବଶ୍ରୀ ସଵାଖିଆ ସାହିତ୍ୟ ସଂସଦର ଧାରାବାହିକ ୨୧୮ସଂଖ୍ୟା ସାରସ୍ୱତ ଆସର “ବିଶ୍ୱ କବିତା ଦିବସ”ପାଳନ ଅବସରରେ ମତ ପ୍ରକାଶ ପାଇଛି। ଶିଶୁ ସାହିତ୍ୟିକ ବ୍ରହ୍ମାନନ୍ଦ ସାମଲ ପୌରୋହିତ୍ୟ କରିଥିବାବେଳେ ଡ.ତପନ କୁମାର ରଥ, ଡ. ନୀରଦ ଚନ୍ଦ୍ର କହଁର ଓ ଗାଳ୍ପିକ ପ୍ରକାଶ ନିଶଙ୍କ କବିତା ଦିବସ ଉପରେ ତାର୍କିକ ଆଲୋଚନା କରିଥିଲେ। ଯୁବକବି ଯୁଧିଷ୍ଠିର ମୁଦୁଲିଙ୍କ କାବ୍ୟିକ ସଂଯୋଜନାରେ କବି ସକିତ ରତେ, ଅଶୋକ କୁମାର ଖମାରୀ, ସୁକାନ୍ତ ସାହୁ, ସଂଘମିତ୍ରା କାନୁନଗୋ,ସ୍ୱାଧୀନ ପାତ୍ର,କିଶୋର ମହାନନ୍ଦ,ସୁତ୍ତମ ନାଏକ,ଅନୀତା ମୁଣ୍ଡ,ଆନନ୍ଦିନୀ ପାତ୍ର,ଦୀପ୍ତି ମୁଣ୍ଡ,ସାଗର ବୈଠାରୁ,ଅର୍ଚନା ମିଶ୍ର,ରଚିତା ମେହେର,ଐଶ୍ୱର୍ଯ୍ୟା ପ୍ରଧାନ,ନିକିତା ସାହୁ,କେତନ ରଣା,ସଂଜୀବ କୁମାର ପଣ୍ଡା, ବାଲ୍ମୀକି କରୁଆଁ,ବିଶ୍ୱନାଥ ସାହୁ, କୌସ୍ତୁବ ବାଗ,ଅଜୟ ଭୋଇ,ରାମ ଶଙ୍କର ମେହେର,ହିତେଶ ମାଝୀ କବିତାବୃତ୍ତି କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଚିତ୍ତ ରଞ୍ଜନ କର ଓ ଆଶୁଧନ ପୁରୋହିତ ସଂଯୋଜନା କରିଥିଲେ।ସମ୍ପାଦକ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ଯୁବକବି ପ୍ରତାପ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
