*ଖଡିଆଳ ପୂର୍ବତନ ରାଜା ସ୍ୱର୍ଗତ ଡଃ ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୬.୦୧
ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ଓ ଖଡିଆଳ ମହୋତ୍ସବ ତରଫରୁ ଅନୁଷ୍ଠାନ ପରିସର ମଧ୍ୟରେ ଡଃ ଜିତାମିତ୍ର ସିଂହ ଦେବଙ୍କ ଦେହାନ୍ତ ପରେ ଖଡିଆଳ ସହର ସ୍ତବ୍ଦ ହୋଇଯାଇଅଛି। ବିଭିନ୍ନ ମହଲ ରେ ଶୋକସଭା ତଥା ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜିତେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପରେ ଧୂପ ପ୍ରଦାନ ଓ ତାଙ୍କର ଆମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା । ମେଜର ଡଃ ରାମ ଚନ୍ଦ୍ର ମିଶ୍ର,ସତିଶ ପଟ୍ଟନାୟକ,ସୁନିଲ ସାହୁ ପ୍ରମୁଖ ସ୍ୱର୍ଗତଃ ଜିତାମିତ୍ରଙ୍କର ସ୍ମୃତି ଚାରଣ କରିଥିଲେ । ମହୋତ୍ସବ ସମ୍ପାଦକ ପୃଥ୍ୱୀରାଜ ମହାନ୍ତି ଧନ୍ୟବାଦ୍ ଦେଇଥିଲେ । ଏଥିରେ ଖଡ଼ିଆଳର ଅନେକ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
