*ସରାଙ୍ଗ ନବୋଦୟ ବିଦ୍ୟାଳୟରେ ଛାତ୍ର ଅଭିମୁଖୀକରଣ କାର୍ଯ୍ୟକ୍ରମ* / *ଛାତ୍ର ଓରିଏଣ୍ଟେସନ୍ ପ୍ରୋଗ୍ରାମ୍*
====================
ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ, ସରାଙ୍ଗ ସ୍ଥିତ ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟରେ ଗତ 02/01/26 ଏବଂ 03/01/2026 ଦୁଇଦିନଧରି ଛାତ୍ର ଅଭିମୁଖି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରାଚର୍ୟ ଡ଼ଃ ପ୍ରତିମା ମିଶ୍ର ମହୋଦୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ରହ୍ମପୁର ଆମ୍ବପୁଆ ପରାମର୍ଶଦାତ୍ରୀ ମନୋବିଜ୍ଞାନୀ କେ. ନାଦୀୟା ରାଣୀ, ବିଦ୍ୟାର୍ଥୀ ମାନେ କିଭଳି ସ୍ଵାଧୀନ ଭାବେ ନିଷ୍ପତ୍ତି ନେବେ, ସମସ୍ୟା ସମାଧାନର ଉପାୟ, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କେରିଅଡ କାର୍ଡ ପ୍ରସ୍ତୁତି ମସ୍ତିଷ୍କ ତଥା ମାନସିକ ବ୍ୟାୟମ ଓ ସୃଜନୀ ଶକ୍ତି ବିକାଶ କରିବାର ବହୁବିଧ ଉପାୟ ବତାଇବା ସହ ମସ୍ତିଷ୍କର ବିଭିନ୍ନ ଭୂମିକା ବିଷୟରେ ଆଲୋକ ପାତ କରିଥିଲେ। ଏହି ଦୁଇଦିନିଆ କାରର୍ଯ୍ୟ କମରେ 600ରୁ ଅଧିକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l ବିଦ୍ୟାଳୟ ଶ୍ରୀଯୁକ୍ତ ରାଧାକାନ୍ତ ସାହୁ ପରାମର୍ଶ ଦାତ୍ରୀଙ୍କର ଶୈକ୍ଷନିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
