ମହିଳା ସଂକୀର୍ତ୍ତନ ଦଳର ପ୍ରାବଲ୍ୟ ଆମ ସାଂସ୍କୃତିକ ପୁନର୍ଜାଗରଣର ପରିଚାୟକ : ମହାସଚିବ
ବେଢ଼-ଛେଲୁ, ତା. ୦୬/୦୧ :
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବେଢ଼-ଛେଲୁ ଗ୍ରାମସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ “ଜୟ ଜଗନ୍ନାଥ ଚୈତନ୍ୟ ସଂଘ” ପରିଚାଳିତ ମହିଳା ନାମ ସଂକୀର୍ତ୍ତନ ମଣ୍ଡଳୀର ପ୍ରଥମ କଳା ପ୍ରଦର୍ଶନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହ ସମ୍ପ୍ରତି ଆମ ଗ୍ରାମାଞ୍ଚଳରେ ମହିଳା ସଂକୀର୍ତ୍ତନ ଦଳ ଗୁଡିକର ପ୍ରାବଲ୍ୟ ଆତ୍ମପ୍ରକାଶ ଆମ ସାଂସ୍କୃତିକ ପୁନର୍ଜାଗରଣର ପରିଚାୟକ ବୋଲି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦବୋଧନ ଦେଇଥିଲେ। ଖଲ୍ଲିକୋଟ ବ୍ଲକ କଳାକାର ସଂଘ ସଭାପତି ଦିଗାମ୍ବର ମହାରଣା ଅନ୍ୟତମ ଉଦଘାଟକ ଭାବରେ ଯୋଗଦେଇ ସଂକୀର୍ତ୍ତନ କଳା ମାହାତ୍ମ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସ୍ଥାନୀୟ ଉଦଘୋଷକ ସୁଦର୍ଶନ ପ୍ରଧାନ ଏବଂ ମୁନା ବେହେରାଙ୍କ ସଂଯୋଜନା କ୍ରମେ ସଖି ନାଚ ଗୁରୁ ବଳରାମ ଗୌଡ଼, ସଂକୀର୍ତ୍ତନ ଗୁରୁ ଉଦୟନାଥ ଗୌଡ଼, ବରିଷ୍ଠ କଳାକାର କାଶୀନାଥ ପଲେଇ, ମହାସଂଘ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ, ଲୋକନୃତ୍ୟବିତ୍ ଭାସ୍କର ଗୌଡ଼ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛେଲୁ ଗ୍ରାମର ସାଂସ୍କୃତିକ ଇତିବୃତ୍ତ ସମ୍ପର୍କରେ ସିଂହାଵଲୋକନ କରିଥିଲେ।
ଶ୍ରୀମତୀ ଜି. ଦ୍ରୌପଦୀ ଦୋରା, ମନସ୍ବିନୀ ପ୍ରଧାନ, ବିଷ୍ନୁପ୍ରିୟା ଗୌଡ଼, ବୁଲି ପଲେଇ, ଏ. ନାଲାମା ଦୋରା, ମାୟାବତୀ ଗୌଡ଼, ଅନୀତା ପଲେଇ, ମିନତୀ ଗୌଡ଼, ସଂଗୀତା ବେହେରା, ତ୍ରିବେଣୀ ମହାପାତ୍ର, ପ୍ରତିମା ପ୍ରଧାନ, କାଞ୍ଚନ ପ୍ରଧାନ, ସୁନୀତା ପ୍ରଧାନ, ଉମା ଗୌଡ଼ ପ୍ରମୁଖ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ନାମ ନୈବେଦ୍ୟ ଅର୍ପଣ ସହ ଗ୍ରାମ ପରିକ୍ରମା କରିଥିଲେ। ସାତ ଖଣ୍ଡ ବେଢ଼ ସମେତ ସନ୍ନିକଟ ଗ୍ରାମାଞ୍ଚଳର ନିମନ୍ତ୍ରିତ ସଂକୀର୍ତ୍ତନ ଦଳ ଏବଂ ବହୁ ସ୍ଥାନୀୟ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବିଜୟ ଦୋରା, ବୀଚି ମହାପାତ୍ର, ରାଜା ରାଓ ଦୋରା, ରାମହରି ଜୁତି ପ୍ରମୁଖଙ୍କ ସମେତ ଛେଲୁ ଗ୍ରାମବାସୀବୃନ୍ଦ ସହଯୋଗ କରିଥିଲେ।
