ବାଲେଶ୍ବର ସହର ପ୍ରଦ୍ୟୁଷଣ ଯୁକ୍ତ ! ସଚେତନତାର ରହିଛି ଖୁବ ଆବଶ୍ୟକତା !
ବାଲେଶ୍ବର ସହର ପ୍ରଦୂଷଣ ଯୁକ୍ତ ! ଯେତିକି ଆଶ୍ଚର୍ଯ୍ୟ ସେତିକି ଚିନ୍ତା ଜନକ ହୋଇଥିବା ବେଳେ, ଏଭଳି ହେବା ପଛରେ କ’ଣ ରହିଛି କାରଣ ଏହା ଏକ ବଡ଼ ତର୍କ ବିତର୍କର କଥା। ଯାହା ହେଉ ଜିଲ୍ଲା ପ୍ରଶାସନ ଏଥିପ୍ରତି ଖୁବ ଯତ୍ନବାନ ସହ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସକାଶେ ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ସାଧାରଣରେ ରହିଛି ଖୁବ ପ୍ରଶଂସନୀୟ। ତେବେ ବାଲେଶ୍ବର ସହର ତଥା ଆଖପାଖ ଅଞ୍ଚଳରେ ରହିଛି ଅନେକ ଇଟାଭାଟି, ଯାହାକି କିଛି ଆଇନ ସମ୍ମତ ହୋଇଥିବା ବେଳେ,ଆଉ କିଛି ବେଆଇନ ଇଟାଭାଟି। ଆଇନ ସମ୍ମତ ହେଉ ଅବା ବେଆଇନ!ଇଟାଭାଟି ଗୁଡ଼ିକ ଚିମିନିରୁ ନିର୍ଗତ ହେଉଥିବା ଧୂଆଁ ପ୍ରକୃତରେ ପ୍ରଦୂଷଣ ଯୁକ୍ତ ନା ମୁକ୍ତ ଏହା ଏକ ବଡ଼ ପ୍ରଶ୍ନବାଚୀ। ଅନ୍ୟପଟେ ବାଲେଶ୍ବର ସହରର ପାଖାପାଖିରେ ରହିଛି ଅନେକ ଛୋଟ ବଡ଼ କଳ କାରଖାନା, ଏହି କାରଖାନା ଗୁଡିକର ଚିମିନିରୁ ନିର୍ଗତ ଧୁଆଁ ପ୍ରଦୂଷଣ ଯୁକ୍ତ ନା ମୁକ୍ତ, ଏହା ଆଉ ଏକ ପ୍ରଶ୍ନବାଚୀ। ଇଟାଭାଟି ହେଉ ଅବା କର କାରଖାନା, ପ୍ରଦୂଷଣ ମୁକ୍ତ ସାର୍ଟିଫିକେଟଟିଏ ତ ନିଶ୍ଚୟ ପାଇଥିବେ, ଏକଥାକୁ ଏଡ଼ାଇ ଦିଆଯାଇନପାରେ, ହେଲେ ମଝିରେ ମଝିରେ ତାହାର ଯାଞ୍ଚ କରିବାର ଆବଶ୍ୟକତା ରହିଛି,ଏ କଥାକୁ ବି ଏଡ଼ାଇ ଦିଆଯାଇନପାରେ। ସହର ଭିତରେ ଅନେକ ମାଲବାହୀ ପୁରୁଣା ଟ୍ରକ , ମିନି ଟ୍ରକ ଯା ଆସ କରୁଛନ୍ତି, ଯାହାକୁ ଦେଖିଲେ ଜଣେ ଅନୁମାନ କରି ପାରିବ ଯେ, ସେ ଟ୍ରକ ଗୁଡ଼ିକର ଫିଟନେସ ଆଉ ପ୍ରଦୂଷଣ ସ୍ଥିତି କ’ଣ ଥାଇପାରେ। ଖାଲି ସେତିକି ନୁହେଁ ଆଖପାଖ ଅଞ୍ଚଳରେ ମେସିନ ଦ୍ବାରା ଧାନ କଟା ହେବା ପରେ, ବିଲରେ ରହୁଥିବା ବଡ଼ ବଡ଼ ନଡ଼ା ଗୁଡ଼ିକ ନିଆଁ ଲଗାଇ ପୋଡ଼ି ଦେଉଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଏତିକିରେ ନୁହେଁ, ସହର ଭିତରେ ହେଉ ଅବା ଆଖପାଖ ଅଞ୍ଚଳରେ ବର୍ଷା ଦିନରେ ଖାଲି ରହିଥିବା ଜାଗା ଗୁଡ଼ିକରେ ସାଧାରଣତଃ ଜଙ୍ଗଲ ହୋଇଯାଇଥାଏ, କିଛି ବ୍ୟକ୍ତି ବିଶେଷ ଏହାକୁ ସଫା କରିବା ପାଇଁ ମଧ୍ୟ ନିଆଁ ଲଗାଇଥାନ୍ତି। ଏହି ଭଳି ଅନେକ କିଛି ପ୍ରଦୂଷଣ ଯୁକ୍ତ କ୍ଷେତ୍ରରେ ମାନ ବୃଦ୍ଧିର ସହାୟକ ହେଉଥିବା ବେଳେ, ଏହାକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସମସତଙ୍କ ଭିତରେ ଏକ ବଡ଼ ସଚେତନତାର ଖୁବ ଆବଶ୍ୟକତା ରହିଛି ଏ କଥାକୁ ଏଡ଼ାଇ ଦିଆଯାଇନପାରେ ବୋଲି ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଶୁଣିବାକୁ ମିଳୁଛି।।।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
