ମାଙ୍କଡ଼ଡିଆଁ ଜଳ ପ୍ରପାତ କୁ ପିକିନିକ ମନେଇ ବା ପାଇଁ ଆସି ସବ ହଇ ଫେରିଲେ ଯୁବକ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରା. ଉଦୟଗିରି ଥାନା ମାଙ୍କଡ଼ଡିଆଁ ଜଳ ପ୍ରପାତ ରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ବେଳେ ଆଜି ମୃତ ଦେହ ଉଦ୍ଧାର ହୋଇଛି l ମୃତ ଯୁବକ ହେଲେ ପାରଳାଖେମୁଣ୍ଡିର କଲ୍ୟାଣ ସତୀଶ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l ରବିବାର ପାରଳାଖେମୁଣ୍ଡି ରୁ କିଛି ଯୁବକ ପିକନିକ କରିବାକୁ ମାଙ୍କଡ଼ଡିଆଁ ଆସିଥିଲେ l ତେବେ ଅପରାହ୍ନ ରେ ଜଳପ୍ରପାତ ରେ ଗାଧୋଉ ଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ l ସାଥିରେ ଆସିଥିବା ଯୁବକ ମାନେ ବହୁ ସମୟ ଧରି ଖୋଜା ଖୋଜି କରିବା ପରେ ରା. ଉଦୟଗିରି ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ରା.ଉଦୟଗିରି ତହସିଲଦାର , ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିଥିଲେ l ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନଥିଲା l ଆଜି ସକାଳ ଠାରୁ ଖୋଜା ଖୋଜି କରିବା ପରେ ଜଳ ପ୍ରପାତ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ ଓ ଅଗ୍ନିଶମ ବାହିନୀ l
