ଅଳକା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ବ ଗ୍ରହଣ।
ରଘୁନାଥପୁର(ନି.ପ୍ର):
♥
ଜଗତସିଂହପୁର ଜିଲ୍ଲା ଅଣଖିଆ ଅନନ୍ତବଟ ଅନ୍ତର୍ଗତ ଅଳକା ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଭାବେ ଦୀପଙ୍କର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଅବସର ଗ୍ରହଣ କରିଥିବା ବିଦାୟୀ ଅଧ୍ଯକ୍ଷା ମଂଜୁଲତା ଦାଶ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରି କଲେଜ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହି ଅବସରରେ ଅଧ୍ୟାପକ ଡ.ପ୍ରଦୀପ୍ତ ରଞ୍ଜନ ପଟ୍ଟନାୟକ, ପରୀକ୍ଷିତ ମଲିକ, ଅଶୋକ ଲେଙ୍କା, ସୁରେନ୍ଦ୍ର ସାହୁ, ସୌମ୍ଯ ରଞ୍ଜନ ଦାସ, ସତୀଶ କୁମାର, ଅଧ୍ୟାପିକା ସୁଚିସ୍ମିତା ବେହେରା, ରାଧାରାଣୀ ମଲିକ ତଥା ମୁଖ୍ୟ କିରାଣୀ ଅକ୍ଷୟ କୁମାର ମିଶ୍ର, ହିସାବ ରକ୍ଷକ ଜଗନ୍ନାଥ ଦାଶ, ସୁକାନ୍ତ ଦାସ ଓ ତଥ୍ଯ ପ୍ରବେଶ କାରୀ ବରଦାକାନ୍ତ ବିଶ୍ବାଳ ପ୍ରମୁଖ ନୂତନ ଅଧ୍ୟକ୍ଷ ଶ୍ରୀ ଜେନା ଙ୍କୁ ସ୍ବାଗତ କରିଥିଲେ।
