ଓଡିଶା ରାଷ୍ଟ୍ରବାଦୀ ସଂଘର ପ୍ରସ୍ତୁତି ବୈଠକ।
ରଘୁନାଥପୁର(ନି.ପ୍ର): ସ୍ଥାନୀୟ ସିର୍ଲୋ ଗ୍ରାମ ମା ଦକ୍ଷୀଣକାଳୀ ମନ୍ଦିର ନିକଟରେ ଓଡିଶା ରାଷ୍ଟ୍ରବାଦୀ ସଙ୍ଘ ପକ୍ଷରୁ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଂଞନ ଚକ୍ରବର୍ତ୍ତୀ ଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଓଡିଶା ରାଷ୍ଟ୍ରୀୟ ସଙ୍ଘର ସଭାପତି ଇଂ.ଗିରିଜାସଂଙ୍କର ପତି ଯୋଗଦେଇ ରାଷ୍ଟ୍ର ହେଉଛି ଆମର ପରିଚୟ,ସମସ୍ତେ ରାଷ୍ଟ୍ରୀୟ ଭାବନାକୁ ଜାଗ୍ରତକରି ରାଷ୍ଟ୍ରପାଇଁ ଚିନ୍ତା କରିବା ର ଆବଶ୍ୟକତା ରହିଛି। ରାଷ୍ଟ୍ରର ଉନ୍ନତି ହେଲେ ସମାଜ ର ଉନ୍ନତି ହେବ ବୋଲି ସେ ମତ ରଖିଥିଲେ। ଅନ୍ୟତମ ଅତିଥି ଭାବେ ଓଡିଶା କୀଶାନ ମୋର୍ଚ୍ଚାର ସମ୍ପାଦକ ଦେବୀପ୍ରସାଦ ପତି, ଓଡିଶା କିଶାନ ମୋର୍ଚ୍ଚା ନିଶ୍ଚିତକୋଇଲି ବ୍ଲକର ସଭାପତି ସର୍ବେଶ୍ୱର ନାୟକ, ସମାଜସେବୀ ସୁଧାକର ମାଦେଳି ଯୋଗଦେଇ ରାଷ୍ଟ୍ରୀୟ ଚେତନା ଓ ଶିକ୍ଷା ସ୍ବାସ୍ଥ୍ୟ ଉପରେ ଆଲୋକ ପାତ କରିଥିଲେ।ଏଥିରେ ଅତିଥି ମାନଙ୍କ ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ ଯୁବ ସାମ୍ବାଦିକ ପବିତ୍ର ଦାଶ ଏବଂ ଦେବୀ ପତି, ସଂଞୟ ସାହୁ, ହୣଦାନନ୍ଦ ହୋତା,ଗୁରୁଚରଣ ପରିଡା, ଦୁଲାଲ ଭୋଇ, ତପନ ନାୟକ, ଗୋବର୍ଦ୍ଧନ ଖୁଣ୍ଟିଆ, ହରିଦାସ ବାନାର୍ଜୀ, ସୁଶୀଲ କୁମାର ସାହୁ,ଚନ୍ଦନ ସେନାପତି, କାଶୀନାଥ ସ୍ବାଇଁ, ମନୋଜ ସେଠି, କ୍ଷୀରୋଦ ମହାପାତ୍ର, ସୁବ୍ରତ ମହାନ୍ତି, ବୈଷ୍ଣବ ଗାୟା, ଲୋକନାଥ ଦାଶ, ରବିନ୍ଦ୍ର ନାୟକ, ବୀରବର ଲେଙ୍କା, କୈଳାଶ ପ୍ରଧାନ, ଦିବାକର ସାହୁ ଓ ସତ୍ୟବ୍ରତ ସାହୁ ଙ୍କ ସମେତ ଅନେକ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ।
