*ନୀଳମଣି ମହାବିଦ୍ୟାଳୟ ସଂସ୍କୃତ ବିଭାଗର ଆଲୋଚନାଚକ୍ର*
ବସ୍ତା:- (ନିପ୍ର) ସେଖ ଆଜାରୁଦ୍ଦିନ
ସଦର ବ୍ଲକ ଅନ୍ତର୍ଗତ ରୂପସା ସ୍ଥିତ ନୀଳମଣି ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଆନୁକୁଲ୍ୟରେ ଋଗବେଦେ ସୃଷ୍ଟି ପ୍ରକ୍ରିୟା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତକାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟା ଅଧ୍ୟାପିକା ପିନାକ୍ଷୀ ପଣ୍ଡା ବିଷୟ ବସ୍ତୁର ପ୍ରାରମ୍ଭିକ ସୂଚନା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲିଆପାଳ ସ୍ଥିତ କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମାନସୀ ସାହୁ ଯୋଗ ଦେଇ ବେଦରେ ବିଭିନ୍ନ ସୂକ୍ତରେ ବର୍ଣ୍ଣିତ ସୃଷ୍ଟିପ୍ରକ୍ରିୟା ସମ୍ପର୍କୀୟ ତଥ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଭାବେ ଉଇଟିକିରି ସ୍ଥିତ ଶାନ୍ତିଲତା ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ସପନ କୁମାର ମହାପାତ୍ର ଯୋଗ ଦେଇ ବେଦରେ ବର୍ଣ୍ଣିତ ସୃଷ୍ଟି ପ୍ରକ୍ରିୟା ବିଜ୍ଞାନ ଓ ଆଧୁନିକ ମଣିଷ ସମ୍ପର୍କରେ ନିଜର ସୁନ୍ଦର ମତ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥିଭାବେ ନିମାପଡା ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼. ଭଗବାନ ସାହୁ ଓ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ବେଦ ଓ ବୈଦିକ ଯୁଗ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଛାତ୍ରୀ ପୂଜାରାଣୀ ପ୍ରଧାନ ଓ ଲିପସ୍ମିତା ରାଜ ପ୍ରମୁଖ ନିବନ୍ଧ ଉପସ୍ଥାପନ କରିଥିଲେ ଅମିଶା ପଣ୍ଡିତ, ଚିନ୍ମୟୀ ରଣା, ସୌମ୍ୟରଞ୍ଜନ ଆଚାର୍ଯ୍ୟ, ଦୀନକୃଷ୍ଣ ଦାସ, ଜୟସ୍ମିତା, ଶାନ୍ତିଲତା ଆଚାର୍ଯ୍ୟ ଓ ଜୀବନ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପିକା ଡ଼. ସୁଜାତାରାଣୀ ଗିରି ବିଷୟବସ୍ତୁ ଉପରେ ସମ୍ୟକ ଆଲୋଚନା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
