କସ୍ତୁରୀ ଚାରିଟେବୁଲ ଏଣ୍ଡ କଲଚୁରାଲ ଟ୍ରଷ୍ଟର ଖେଳ ଆସର ଅନୁଷ୍ଠିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ଇଂରାଜୀ ନବ ବର୍ଷ ୨୦୨୬ ପାଇଁ ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ ଚିତଳ ଗ୍ରାମରେ କସ୍ତୁରୀ ଚାରିଟେବୁଲ ଏଣ୍ଡ କଲ୍ଚରାଲ ଟ୍ରଷ୍ଟ ତରଫରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଭଲି ଏବଂ ବ୍ୟାଡ଼ମିଣ୍ଟନ ମ୍ୟାଚ୍ ଅନୁଷ୍ଟିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ଉପେନ୍ଦ୍ର ନାଥ ଉଚ୍ଚ ବିଦ୍ୟାଳୟ,ଅଇଁରୀ ସରକାରୀ ଉପ୍ରା ବିଦ୍ୟାଳୟ,,ଅନନ୍ତପୁର ନୋଡାଲ ଉପ୍ରା ବିଦ୍ୟାଳୟ,,ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର,ଶୁଭଶ୍ରୀ ଉଚ୍ଚ ବିଦ୍ୟାଳୟ,ମୁଳୁକାୟଦା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ମ୍ୟାଚକୁ
ଟ୍ରଷ୍ଟର ସଭାପତି ଶ୍ରୀମତୀ ପୁଷ୍ପିତା ମିଶ୍ର ଉଦୁଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଉପଦେଷ୍ଟା ଦୀନବନ୍ଧୁ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଅନ୍ୟତମ ସଦସ୍ୟ ସୁଧାକର ସାହୁ ପରିଚାଳନା କରିଥିଲେ। ସାରସ୍ବତ ମହାବିଦ୍ୟାଳୟର ଛାତ୍ର ଅଭିହିତ ମହାଳିକ ମ୍ୟାଚ ପରିଚାଳନା କରିଥିଲେ।ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା
