ବାଲି ଉତ୍ତଳନକୁ ବିରୋଧ, ପାଞ୍ଚ ଟ୍ରାକଟର ଜବତ।
ବସ୍ତା:- ସେଖ ଆଜାରୁଦ୍ଦିନ (ନି.ପ୍ର)
ବାଲି ଉତ୍ତଳନକୁ ବିରୋଧ, ଖାଦାନରେ ମହିଳାଙ୍କ ସମେତ ସହ ସହ ଗ୍ରାମବାସୀଙ୍କ ଧାରଣା, ପାଞ୍ଚ ଟ୍ରାକଟର ଜବତ। ସୂଚନାରୁ ପ୍ରକାଶ ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଧିତପୁରା ବାଲି ସୈରାତରୁ ବାଲି ଉତ୍ତଳନକୁ ଚାଲନ୍ତି ଗ୍ରାମର କିଛି ଲୋକ ଅବଧି ସରିଯାଇଥିବା ନେଇ ବିରୋଧ କରୁଥିଲେ, ମାତ୍ର ଲିଜ ଧାରୀ ବିରୋଧକୁ ଖାତିର ନକରି ଜୋର ଜବରଦସ୍ତ ବାଲି ଉତ୍ତଳନ କରୁଥିଲେ, ଫଳରେ ସେହି ଗ୍ରାମର ଶତାଧିକ ମହିଳାଙ୍କ ସମେତ ଯୁବକ ମାନେ ଆସି ଖାଦନର ମଧ୍ୟଭାଗରେ ଯାଇ ଆନ୍ଦୋଳନ କରୁଥିଲେ। ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ବସ୍ତା ପୋଲିସ ଓ ଖଣି ଅଧିକାରୀ ସଦଳବେଳେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଖାଦାନ ମଧ୍ୟରେ ଥିବା ପାଞ୍ଚଟି ଟ୍ରାକଟରକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରିରଖିଛନ୍ତି।
