ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୦୧.
ନୂଆପଡ଼ା ଜିଲ୍ଲା ପୁରପଲ୍ଲୀ ରେ ଆଜି ପୂଷ ପୂର୍ଣ୍ଣିମା ଉପଲକ୍ଷେ, ପୁଶପୁନି ପର୍ବ ଉଲ୍ଲାସରେ ପାଳିତ ହୋଇଯାଇଛି। ନାବାଳକ ମାନେ ବିଶେଷ କରି ଛେର ଛେର୍ ରା ବୋଲି କହିଥାନ୍ତି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ପର୍ବ ପାଳନ ରେ ଅନେକ ଭିନ୍ନତା ଦେଖାଯାଇଥାଏ। ସହରାଞ୍ଚଳ ରେ ନାବାଳକ ମାନେ ଦଉଡି ବାନ୍ଧି ରହାଗିରୀ ଠାରୁ ସ୍ୱାହାର୍ଦ୍ଧ ପୂର୍ଣ୍ଣ ବାତାବରଣ ରେ ଅର୍ଥ ଆଦାୟ କରିଥାନ୍ତି। ପଥିକ ମାନେ ମଧ୍ୟ ଅତି ସରାଲତା ସହ ଚିହ୍ଲର ପଇସା ବଡ଼ାଇ ଦେଇଥାନ୍ତି। ଏହି ଭାବର ଆଦାନ ପ୍ରଦାନ ଦେଖିବାକୁ ଅନେକ ଦେଖଣାହାରୀ ରହିଥାନ୍ତି। ସେହିପରି ଗ୍ରାମାଞ୍ଚଳ ରେ ଏହି ପର୍ବ ପାଳନ ଭିନ୍ନ ଢଙ୍ଗ ଦେଖାଯାଇଥାଏ। ଗ୍ରାମାଞ୍ଚଳରେ ନାବାଳକ ମାନେ ଏକତ୍ର ଭାବରେ ଘର ଘର ବୁଲୁ ଅର୍ଥ, ଖାଦ୍ୟ ସାମଗ୍ରୀ ମାଗିଥାନ୍ତି। ସେହି ପରି ସମସ୍ତେ ସହଯୋଗ କରନ୍ତି। ବଜାର ରୁ ମଧ୍ୟ ଖାଦ୍ୟ ସାମଗ୍ରୀ ମାଗି ବନ ଭୋଜି କରିଥାନ୍ତି। ଆଜିର ଦିନ ଶ୍ରମିକ ପ୍ରଥା ର ସ୍ଵାଧୀନତା ମିଳିଥାଏ। ଗୋତି ଶ୍ରମିକ ପ୍ରଥା ରେ ଆଜି ତାଙ୍କ ମୁକ୍ତି ହୋଇଥାଏ। ତେଣୁ ଏହି ସ୍ଵାଧୀନତା ନେଇ ପୁଶପୁନି ପର୍ବ ପାଳିତ ହୋଇଥାଏ। ଅତି ନ୍ୟାରା ଢଙ୍ଗ ରେ ପାଳିତ ହୋଇଥିଲା। ବର୍ତ୍ତମାନ ଏହି ପ୍ରଥା ଓ ପରମ୍ପରା ଲୋପ ପାଇବାକୁ ବସିଲାଣି। ଗୋତି ପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହୋଇଅଛି।
