*ନୂଆପଡ଼ା ଜିଲ୍ଲା ଉତ୍କଳ ବାଲା ଶ୍ରମ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନେଇ ଶପଥ ଗ୍ରହଣ ଉତ୍ସବ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସ୍ଥିତ ଉତ୍କଳ ବାଲା ଶ୍ରମ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନାଲସା ଆହ୍ବାନ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ କରିବାର ନେଇ ବିଭିନ୍ନ ମହଲ ରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଯୁବକ, ଶିଶୁ, କିଶୋର, ବାଳକ, ବାଳିକା ଏବଂ ବିଭିନ୍ନ ସ୍ବେଛାସେବୀ ଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଅଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନାବନିତା ଦାସ ଯୋଗ ଦେଇ ବାଲ୍ୟ ବିବାହ ଏକ ଅପରାଧ, ନିର୍ଦ୍ଧାରିତ ବୟସ ସମୟ ସୀମା ରେ ବିବାହ କରିବାକୁ ବାର୍ତ୍ତା ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏସ. ଗୀତା, ସିଡ଼ିପିଓ ଅର୍ଚ୍ଚନା ରାଉତ, ଉତ୍କଳ ବାଲା ଶ୍ରମ ଅଧିକ୍ଷକ ଅର୍ଚ୍ଚନା ପାଢୀ, ସହ କର୍ମଚାରୀ ମାନେ ଯୋଗ ଦେଇଥିଲେ।
