*ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପର୍ଯ୍ୟଟନ ସଫେଇ ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ
ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଋଷିପିଠ ଏବଂ ଯୋଗିମଠ ପର୍ଯ୍ୟଟନ ସଫେଇ କାର୍ଯ୍ୟ, ସହ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ। ନାଲସା ଦ୍ବାରା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ବନ୍ ବିଭାଗ, ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ, ସ୍ବେଛାସେବୀ ମାନେ ଯୋଗ ଦେଇ ପର୍ଯ୍ୟଟନ ସ୍ଥଳୀ ସଫେଇ କରିଥିଲେ। ପ୍ରଥମ ରେ ମାଁ ଙ୍କ ପାଇଁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏକ ସଚେତନ ଶୋଭାଯାତ୍ରା ପର୍ଯ୍ୟଟନ ସ୍ଥଳୀ ରେ ପହଞ୍ଚି ପଡ଼ିଥିବା ଅଳିଆ ଆବର୍ଜନା କୁ ଏକାଠି କରି ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ପର୍ଯ୍ୟଟନ ସ୍ଥଳୀ ରେ ନିର୍ମଳ ପରିବେଶ ପାଇଁ ପ୍ରାଧିକରଣ ସଚିବ ନାବନିତା ଦାସ ଆହ୍ବାନ କରିଥିଲେ। ସଭାରେ ଡିଏଫଓ ଅଜିଜ ଖାନ, ସମାଜ ସେବୀ ମହେନ୍ଦ୍ର ଯୋଷୀ, ଯୁଡ଼ିଶିଆଲ ବାର ସଭାପତି ପ୍ରତାପ ଜଗତ, ସମ୍ପାଦକ ଶଙ୍କର୍ଷଣ ପଣ୍ଡା, ଚିତ୍ତରଞ୍ଜନ ସିଂ ଦେଓ, ମହିଳା ଡିଗ୍ରୀ କଲେଜ ଅଧ୍ୟାପକ ଘନ ଶ୍ୟାମ ଶଗରିଆ,ମିରର କାର୍ତ୍ତିକ ବାଗ, ରତ୍ନାଞ୍ଜଳି ପାଣିଗ୍ରାହୀ, ସ୍ବାଧୀନ କେତନ, ନନ୍ଦିତା ବାଗ ବହୁ ସ୍ବେଛାସେବୀ ଯୋଗ ଦେଇ କର୍ଯ୍ୟକ୍ରମ୍ କୁ ସଫଳ କରିଥିଲେ।
