*ନୂଆପଡ଼ା ଜିଲ୍ଲାରେ 77 ଟି ମଣ୍ଡି ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ଆଗେଇ ଚାଲିଛି l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା ୩୧/୧୨-
ନୂଆପଡ଼ା ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଆଗେଇ ଚାଲିଛି। ଜିଲ୍ଲାରେ ମୋଟ ୭୭ ଟି ମଣ୍ଡି କାର୍ଯ୍ୟକ୍ଷମ ହୋଇଛି, ଯାହା ଦ୍ୱାରା ଚାଷୀମାନେ ସୁବିଧାରେ ସେମାନଙ୍କର ଧାନ ବିକ୍ରି କରିପାରୁଛନ୍ତି।ଆଜି ଦିନରେ ୧୪୨୫ ଜଣ ଚାଷୀଙ୍କ ଠାରୁ ୬୫୮୭୮ କ୍ଵିଣ୍ଟାଲ ଧାନ କ୍ରୟ ହୋଇଛି। ବର୍ତମାନ ସୁଦ୍ଧା ମୋଟ ୨୬୭୦୬ ଜଣ ଚାଷୀଙ୍କ ଠାରୁ ୧୧୪୨୩୪୫ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଅଛି।ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ସେମାନଙ୍କର ଧାନ ସଫା ସୁତୁରା କରି ସରକାରୀ ମଣ୍ଡିକୁ ଆଣି ବିକ୍ରି କରିବା ପାଇଁ ଅନୁରୋଧ କରିଛନ୍ତି l ସେମାନଙ୍କୁ ଧାନ ବିକ୍ରୟ ପ୍ରକ୍ରିୟାରେ ସମସ୍ତ ସୁବିଧା ପ୍ରଦାନ କରିବା ପାଇଁ ଭରସା ଦେଇଛନ୍ତି।
