*ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି*
ତାଳଚେର :ତା 31/12/2025: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସଦାସର୍ବଦା ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛନ୍ତି |ରାସ୍ତା କଡ଼ ଚାହା ଦୋକାନ ରୁ ଆରମ୍ଭ କରି ଦିଲ୍ଲୀ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସବୁବେଳେ ସବୁ ସମୟରେ ଲୋକ ହିତରେ ନିଜକୁ ନିୟୋଜିତ କରିଛନ୍ତି ସାଂସଦ |ଜଣେ ସରଳ ନିଷ୍ଠାବାନ ରାଷ୍ଟଭକ୍ତ ଭାବେ ମାନବ ସେବା କୁ ମାଧବ ସେବା ଭାବି କାର୍ଯ୍ୟ କରିଆସିଛନ୍ତି |ସାଧାରଣ ପ୍ରଶାସନ ଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଲୋକଙ୍କ ସମସ୍ୟା କୁ ଠିକ ଭାବେ ଉପସ୍ଥାପନ କରନ୍ତି ସାଂସଦ |ମଙ୍ଗଳବାର ରାତ୍ରିରେ କାମାକ୍ଷାନଗର ରୁ ଫେରିବା ବାଟରେ ସନ୍ଥପଡା ଛକ ଚା ଦୋକାନ ରେ ସାଧାରଣ ଲୋକ ଓ ବିଜେପି କାର୍ଯ୍ୟକର୍ତ୍ତା ଙ୍କର ଆପତ୍ତି ଅଭିଯୋଗ ଶୁଣିଥିଲେ ସାଂସଦ |ସମସ୍ତ ଅଭିଯୋଗ ଶୁଣି ପ୍ରଶାସନ ଓ ବିଭିନ୍ନ ଅଧିକାରୀ ଙ୍କୁ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱର ସହ ବିଚାର କରିବାକୁ ପରାମର୍ଶ ଦେଇଥିଲେ |ସାଂସଦ ଙ୍କ ସହ ବିଜେପି ଜୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ସମ୍ପାଦକ ବୃନ୍ଦାବନ ବେହେରା, ସରପଞ୍ଚ ସହଦେଵ ସାହୁ, ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି, ବରିଷ୍ଠ ନେତା ଶିଖର ସାମଲ, ଜଗଦୀଶ ମିଶ୍ର, ଜଗଦୀଶ ପ୍ରସାଦ ସିଂହ, ଅମିତ କୁମାର ଦାସ, ସୁନୀଲ ପଟ୍ଟନାୟକ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
