ଲାଇନପଡା ମା ଡଙ୍ଗେରୀ ଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
———————————-
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଲାଇନପଡା ର ମା ଡଙ୍ଗେରୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଫାଇନାଲ ଖେଳରେ ଫୁଲବାଣୀ ପିଙ୍କ ଡ୍ରାଗନ ଓ ଦାମିଗାଁ ରୋୟାଲ ଷ୍ଟ୍ରାଇକ ମଧ୍ୟରେ କଡା ମୁକାବିଲା ହୋଇଥିଲା l ଶେଷରେ ଫୁଲବାଣୀ ଦଳ ଦାମିଗାଁ ଦଳକୁ ପରାଜିତ କରି ଉଇନର୍ସ ଘୋଷିତ ହୋଇଥିଲେ l ଏହି ଖେଳକୁ ଅଂଚଳର ଶହ ଶହ କ୍ରୀଡ଼ାପ୍ରେମୀ ଉପଭୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟ ରେ ସୁଦୂର ସାଗର ଫାଉଣ୍ଡେସନ ଟ୍ରଷ୍ଟ ଭୁବନେଶ୍ୱର ର ଅଧ୍ୟକ୍ଷ ତଥା ସମାଜସେବୀ ସାଗର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଫୁଲବାଣୀ ପିଙ୍କ ଡ୍ରାଗନ ଦଳକୁ ଉଇନର୍ସ ଟ୍ରଫି ସହିତ ନଗଦ ତେଇଶି ହଜାର ଟଙ୍କା ପ୍ରଦାନ କରିଥିଲେ ସେହିଭଳି ନିମନ୍ତ୍ରିତ ମୁଖ୍ୟବକ୍ତା ତଥା ସମାଜସେବୀ ନୟାଗଡ ଜିଲ୍ଲା ଵାଣିଗୋଚ୍ଛା ର ରବି ମହାରଣା ରନର୍ସ ଅପ ଦଳକୁ ଟ୍ରଫି ଓ ନଗଦ ସତର ହଜାର ଟଙ୍କା ପ୍ରଦାନ କରିଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ଚକାପାଦ ବ୍ଲକର ଅଧ୍ୟକ୍ଷା ବୈନେତ୍ରୀ କହଁର, ବୌଦ୍ଧ ଜିଲ୍ଲା ପୁରୁଣାକଟକ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ଉମାଶଙ୍କର ପଟ୍ଟନାୟକ, ଲାଇନପଡା ପି. ଏମ. ଶ୍ରୀ. ସରକାରୀ ବି. ବି. ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୋମନାଥ ସାହାଣୀ, ଫୁଲବାଣୀ କୋର୍ଟ ଏସ. ଆଇ. ଗୀତାଞ୍ଜଳି ପ୍ରଧାନ, ସୁଦୂର ଭୁବନେଶ୍ୱର ର ପ୍ରଶାନ୍ତ କୁମାର ବେହେରା, ଲୋକନାଥ ବେହେରା, ଯୋଗେଶ ନନ୍ଦ ଏବଂ ବୌଦ୍ଧ ଜିଲ୍ଲା ଆଡ଼େଣୀଗଡ଼ ଗ୍ରାମର ଶୁଭ୍ରାଂଶୁ ଶେଖର ରଥ, ଶ୍ରୀପତି ଭୋଇ, ଦେବେନ୍ଦ୍ର ଭୋଇ, ନିରୋଦ କୁମାର ଭୋଇ, ଚିତ୍ତରଞ୍ଜନ ସାହୁ, ରମେଶଚନ୍ଦ୍ର ସାହୁ, ଅଜିତ କହଁର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଆଗାମୀ ଦିନରେ ଏହି ଲାଇନପଡା ଖେଳପଡିଆ ଜିଲ୍ଲାସ୍ତରୀୟ ଖେଳ ଦେଖିବ ବୋଲି ମୁଖ୍ୟ ଅତିଥି ପ୍ରତିଶୃତି ଦେବା ସଙ୍ଗେ ସଙ୍ଗେ ସମସ୍ତଙ୍କର ସହଯୋଗ କାମନା କରିଥିଲେ l ଖେଳକୁ ସମ୍ପୂର୍ଣ୍ଣ ଭାବରେ କ୍ଲବ ର ସଭାପତି ବିକୁନ ସାହୁ, ସମ୍ପାଦକ ରଙ୍ଗିଲ କୁମାର ନାୟକ ଓ ସ୍ଥାନୀୟ ଉଚ୍ଚବିଦ୍ୟାଳୟ ର ଖେଳ ଶିକ୍ଷକ ରାଧାକାନ୍ତ ସାହାଣୀ ପରିଚାଳନା କରିଥିଲେ l
