ଜଳନିଧି ଯୋଜନାରେ ବାଟବଣା ଓ ହେଉଛି ଦେଣ ନେଣ କାରବାର :-
ମଥୁରା ଗ୍ରାମପଞ୍ଚାୟତ ର ପଙ୍କୁଆଳ ଗ୍ରାମର କିରଟି ଦନ୍ତା 12.01.2024 ତାରିଖ ରେ, ଏ. ଏ. ଓ, ପ୍ୟାରୀମୋହନ ପୁରୋହିତ ଙ୍କର ଟାର୍ଗେଟ ଯୋଗୁଁ, ସେ, କିରଟି ଦାନ୍ତଙ୍କୁ ବୋରୱେଲ ଖୋଲିବl ପାଇଁ, ପ୍ରବର୍ତ୍ତlଇଲେ ଓ କହିଲେ, ଖୋଳ, ପାଣି ବାହାରିଲେ, ତୁମେ ସରକାରଙ୍କର ସବସିଡି ପାଇଯିବ l
ଯେଉଁ କମ୍ପାନୀ ର ମୋଟର ଓ ସୋଲାର ଲଗାଇଲେ ମଧ୍ୟ ଚଳିବ l
କିରଟି ଦନ୍ତା, ଏ. ଏ. ଓ. ଙ୍କ କଥା କୁ ବିଶ୍ୱାସ କରି, ବୋରୱେଲ ଖୋଳି ସୋଲାର ଲଗାଇଲେ l
ଏ. ଏ. ଓ, ଓ ଏ.ଇ.ଏ, ସୌରାଂଶୁ ସାହୁ, ଙ୍କୁ 04.03.2024 ରେ, ସମସ୍ତ ସୋଲାର, ମୋଟର ଓ ପାଣି ପାଇପ ଓ ଅନ୍ୟ ସରଞ୍ଜାମ ଆଣି ଅରିଜିନାଲ ଜି.ଏସ. ଟି ବିଲ ଦେଲା ପରେ,
ପ୍ୟାରୀମୋହନ ପୁରୋହିତ ଓ ସୌରାଂଶୁ ସାହୁ 24.05.2024, ତାରିଖ ର 11.18.ସମୟରେ ଆସି, କମ୍ପଲିସନ, ଭେରିଫିକେସନ ଓ ସକେସେସଫୁଲ ରିପୋର୍ଟ ଦେଲେ l
ରିପୋର୍ଟ ମଧ୍ୟ ନେଲେ, କିନ୍ତୁ ନିର୍ବାଚନ ଅଫିସ ବାହାନା କରି, ସବସିଡି ପ୍ରାପ୍ୟ ଵିଲ କଲେ ନାହିଁ l
ବର୍ଷେ ପର୍ଯ୍ୟନ୍ତ, ଅଫିସ କୁ ଦଉଡି ଦଉଡି, ଖୋସାମତ କଲା ପରେ, ଦିନେ, ଟାଉନ ହଲ, ବୌଦ୍ଧ କୁ ପ୍ୟାରୀମୋହନ ପୁରୋହିତ, କୃଷି ମେଳା କୁ ଡାକି, ଏ. ଇ. ଏ, ସୌରାଂଶୁ ସାହୁ ଙ୍କ ସହ ଭେଟ କରାଇଲେ ଓ ସବସିଡି ବିଲ ହୋଇଯିବ ଆଶାରେ, କଥା ବାର୍ତ୍ତା ହୋଇ 22 ହଜାର ଟଙ୍କା ଲାଞ୍ଚ ଦେଲି l
କିନ୍ତୁ, ତାହା ମଧ୍ୟ, ବାରମ୍ବାର ଅଫିସ କୁ ଦଉଡିଲା ପରେ ମଧ୍ୟ ବିଲ ହେଲା ନାଇଁ l
ତେଣୁ ନିରାଶ ହୋଇ, 08.12.2025 ତାରିଖ ରେ, 85 ନମ୍ବର ଟୋକେନ ରେ, ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ, ଡକୁମେଣ୍ଟସ ଓ ଫୋଟୋ ସହ ଅଭିଯୋଗ କଲା l
ଜ଼ିଲ୍ଲାପାଳ, ବି. ଏ. ଓ., ଦାଇତ୍ୱ ରେ ଥିବା, ପ୍ୟାରୀମୋହନ ପୁରୋହିତ ଙ୍କୁ ଡାକି କହିଲେ ଯେ, କେତେ ଦିନ ମଧ୍ୟରେ କିରଟି ଦନ୍ତା ର ବିଲ ପେମେଂଟ କରିବ l
ପ୍ୟାରୀମୋହନ ପୁରୋହିତ କହିଲେ, ସାର, ସାତ ଦିନ ମଧ୍ୟରେ କରିଦେବୁ l
09.12.2025 ର ସନ୍ଧ୍ୟାରେ, ଫୋନ ରେ, ପ୍ୟାରୀମୋହନ ପୁରୋହିତ କିରଟି ଦନ୍ତା ଙ୍କୁ ଧମକ ଦେଲେ l
ଏ. ଇ. ଏ., ସୌରାଂଶୁ ସାହୁ, ମୋର ଘରକୁ ସନ୍ଧ୍ୟାରେ ଆସି, ସାଦା କାଗଜ ରେ, ଦସ୍ତଖତ ମାଗିଲା, କିନ୍ତୁ ଦେଲି ନାଇଁ l
ନ ଦେବାରୁ, ଧମକ ଦେଇ କହିଲା, ତୋର ବିଲ ହେଲେ ବି, ପେମେଂଟ ପାଇବୁ ନାଇଁ l
ମୁଁ କହିଲି, ନ ହେଲେ, ମୁଖ୍ୟ ମନ୍ତ୍ରୀ ଅଭିଯୋଗ କୁ ଯିବି l
ସେଠାରୁ ସେ, ଚାଲିଗଲା l
ଚାଷୀ କିରଟି ଦନ୍ତା କହୁଛି ଯେ,
ଧାର, କରଜ ଓ ସୁନା ବନ୍ଧା କରି ଋଣ କରି ବୋରୱେଲ ଓ ସୋଲାର ଲଗାଇଲି l
ଏବେ ଲୋକ ମୋତେ ମାଗୁ ଛନ୍ତି, ଦେଇପାରୁନାଇଁ l
ତେଣୁ ଆତ୍ମହତ୍ୟା କରିବି କହୁଛି l
ଏଭଳି, ଭ୍ରଷ୍ଟ, ଲାଞ୍ଚୁଆ ଅଫିସରଙ୍କର ଯୋଗୁଁ, ସରକାର ଙ୍କ ଯୋଜନା ଫେଲ ମାରୁଛି l
