ସାରସକଣା ବିଜେଡ଼ି ନିର୍ବାଚନ ମଣ୍ଡଳୀରେ ୨୯ ତମ ପ୍ରତିଷ୍ଠା ଦିବସ ପାଳନ
———————————–
ତା/୨୬/୧୨/୨୫(ନି.ପ୍ର): ସାରସକଣା ; ଅନିଲ କୁମାର ସାହୁ; ଆଜି ସାରସକଣା ବିଜେଡ଼ି ନିର୍ବାଚନ ମଣ୍ଡଳୀର ଝାରପୋଖରିଆ ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳନ କରାଗଲା। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ସାରସକଣା ବ୍ଳକ ସଭାପତି ଶ୍ରୀଯୁକ୍ତ ମଣି ଶଙ୍କର ବାରିକଙ୍କ ତତ୍ତ୍ବାବଧାନରେ ମୟୂରଭଞ୍ଜ ଜିଲ୍ଲାର (୨ )ର ଉପ ସଭାପତି ଶ୍ରୀଯୁକ୍ତ ଅମେରନ୍ଦ୍ର କର ଙ୍କ ସଭାପତିତ୍ୱରେ ସଭା ଆରମ୍ଭ କରିଥିଲେ। ତତ୍ ସହିତ ମୟରଭଞ୍ଜ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦେବାଶିଷ ମାରାଣ୍ଡି,କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ର ଜିତେନ୍ଦ୍ର ମହାନ୍ତି ଏବଂ ପୂର୍ବତନ କୃଷି ନିରମ ଅଧ୍ୟକ୍ଷ ଶ୍ରୀଯୁକ୍ର ଦେବାଶିଷ ମହାନ୍ତି ଉପସ୍ଥିତ ରହିବା ସହିତ ବିଦାତଳା ବ୍ଳକ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାଝିଆ ରାମ ଟୁଡୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସାରସକଣା ଶ୍ରୀଯୁକ୍ତ ଦୁର୍ଗାଚ଼ରଣ ମୁର୍ମୁ,ବିଶୋଇ ବ୍ଲକ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ନନ୍ଦ, ବିଜୁ ଜନତା ଦଳର ସାରସକଣା ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ମୋନାଲିସା ସାହୁ, ବିଜେଡ଼ିର ପଞ୍ଚାୟତ ସଭାପତି ଶ୍ରୀଯୁକ୍ତ ଅଜୟ ମଣ୍ଡଳ, କ୍ଷେତ୍ର ମୋହନ ବେହେରା, ଦିଲିପ ନାଏକ, ଅନିଲ କୁମାର ସାହୁ, ବଡ଼ବାବୁ ସି,କୃଷ୍ଣ ଚ଼ନ୍ଦ୍ର ବାରିକ,କୁନା ରାମ ସିଂ, ଯୁବ ସଭାପତି ରାଧେ କୃଷ୍ଣ ହାଁସଦା ସହିତ ଅନେକ ବିଜୁ ପ୍ରେମୀ ଏହି ପ୍ରତିଷ୍ଠା ଦିବସ ସଭାରେ ଉପସ୍ଥିତ ଥିଲେ। ଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରର ପ୍ରତିଶୃତି ପାଳନରେ ବିଫଳତାକୁ ଆଗାମୀ ଦିନରେ ସାରସକଣା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁଆକୁ ଯାଇ ସଭା ସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ। ନବୀନ ପଟ୍ଟନାୟକଙ୍କ ଦୃରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ବରେ ଓଡ଼ିଆ ବାସୀଙ୍କୁ ଉନ୍ନତି ପଥରେ ବିଜେଡ଼ି ଆଗେଇ ନେଇ ଥିଲା। ଓଡ଼ିଶାର ସଂଗ୍ରାମ ସହ ଆର୍ଥିକ ସ୍ତରରେ ଏକ ସଶକ୍ତ ଓଡ଼ିଶା ଗଠନ କରିବାରେ ବିଜେଡ଼ି ଅନେକ ସଫଳତା କରିଛି। ଯେପରି ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଶିଳ୍ପ, ଗମନାଗମନ କ୍ଷେତ୍ରରେ ଓଡ଼ିଶାରେ ଅନେକ ବିକାଶମୂଳକ ଅଭିବୃଦ୍ଧି ଘଟିଛି। ଯେପରି ବର୍ତ୍ତମାନ ଲୋକଙ୍କ ସମସ୍ୟା ଟାଟା ପା୍ୱାର ଶୁଳ୍କ ବୃଦ୍ଧି, ମଣ୍ଡିରେ ଧାନ ନ ଉଠିବା, ରାସ୍ତା ଘାଟ ମରାମତି ନ କରିବା, ବାଲି ସମସ୍ୟା, ବର୍ତ୍ତମାନ ଶିଶୁ ଦୁଷ୍କର୍ମ, ହତ୍ୟା, ମହିଳାଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି, ରାସ୍ତା ଘାଟ ଚୋରୀ, ଛିନତାଇ ବୃଦ୍ଧି, ବେକାରୀ ବୃଦ୍ଧି ଆଦି ସମସ୍ୟା ପ୍ରତି ବିଜେଡ଼ି ଆଜି ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ।ଭଞ୍ଜ ଦୁତ ଖବର।
