ଵାଣିଶ୍ରୀ ବିଦ୍ୟାମନ୍ଦିର ର ୩୬ତମ ବାର୍ଷିକ ଉତ୍ସବ।
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଵାଣିଶ୍ରୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୩୬ତମ ବାର୍ଷିକ ଉତ୍ସବ ମହାଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ମହାନସଂଘ ର ପ୍ରତିଷ୍ଠାତା ସୁଶାନ୍ତ କୁମାର ସାବତଙ୍କ କରକମଳରେ ଦୀପ ପ୍ରଜ୍ଜଳନ କରାଯାଇ କାର୍ଯ୍ୟକ୍ରମ ର ଅୟରମ୍ଭ କରାଯାଇଥିଲା।ବଡ଼ ମଣିଷ ହେବାକୁ ଆଶା ନକରି ଭଲ ମଣିଷ ହେବାକୁ ଚେଷ୍ଟା କରିବା ପାଇଁ ଏବଂ ଜଙ୍କ ଫୁଡ ଠାରୁ ଦୁରେଇ ରହିବା ପାଇଁ ଶିଶୁ ମାନଙ୍କୁ ଶ୍ରୀ ସାବତ ପରାମର୍ଶ ଦେଇଥିଲେ। ଆଞ୍ଚଳିକ ଯୁଗ୍ମ ନିର୍ଦେଶକ ପବିତ୍ର ମୋହନ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିକ୍ଷା ର ଗୁଣାତ୍ମକ ମାନ କିପରି ବୃଦ୍ଧି ପାଇବ ତାହା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ ଏବଂ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବେହେରା ଯୋଗଦେଇ ଶିଶୁ ମାନଙ୍କର ଦୈନଦିନ ଦିନଚର୍ଯ୍ୟା ଉପରେ ଅଭିଭାବକ ମାନେ ଧ୍ୟାନଦେବା ସହିତ ଶିଶୁ ମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ ନଜର ଦେବା ଉଚିତ ବୋଲି କହିଥିଲେ। ଅବସରପ୍ରାପ୍ତ ସହଶିକ୍ଷା ନିରୀକ୍ଷକ କେ କ୍ରିଷ୍ଣା ମୂର୍ତ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ନର ସଂଘର ସଭାପତି ସ୍ବୀଟି ସାହୁ କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କୁ ଭଲପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ। ପରିଚାଳନା ସମିତିର ସଭାପତି ଯୁଧିଷ୍ଠିର ଭଞ୍ଜ ସାମନ୍ତ ଏବଂ ସମ୍ପାଦକ ବିଘ୍ନରାଜ ଜେନା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।ଏହି ଅବସରରେ ବର୍ଷ ତମାମ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସାର୍ଟିଫିକେଟ ଏବଂ ସିଲ ଦେଇ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନଆଚର୍ଯ୍ୟ ବିଦ୍ୟୁତ ପ୍ରଭା ମହାରଣା ମଞ୍ଚ ପରିଚାଳନା କରିଥିଲେ।
