*ମୁକ୍ତ ବିଚାର ମଞ୍ଚର ମାସିକ ଆଲୋଚନା ଚକ୍ର*
ନୂଆପଡା (ମିଖାଏଲ ନନ୍ଦ)
ତା ୨୨/୧୧
ମୁକ୍ତ ବିଚାର ମଞ୍ଚ, ଖଡ଼ିଆଳ ଆନୁକୂଲ୍ୟରେ ପ୍ରତି ମାସ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୁଏ। ଏହି କ୍ରମରେ ରବିବାର 21.12.25 ତାରିଖ ଦିନ ‘ସାମ୍ପ୍ରତିକ ଭାରତରେ ମକଲେ ଅପ୍ରାସଙ୍ଗିକ’ ଶୀର୍ଷକ ଉପରେ କ୍ଷତ୍ରିୟ ପାଟଣା ପ୍ରେକ୍ଷାଳୟରେ ଆଲୋଚନା ହୋଇଥିଲା। ମଞ୍ଚ ପରମ୍ପରା ଅନୁସାରେ ଶ୍ରୀ ଆଦିତ୍ୟ ପଣ୍ଡା ଓ ଶ୍ରୀ ହରିହର ନାଗ ବିଷୟ ସପକ୍ଷରେ ତଥା ଶ୍ରୀ ଅଶ୍ୱିନୀ ପାଢ଼ୀ ଓ ଶ୍ରୀ ହିମାଂଶୁ ପୋଢ଼ ବିଷୟବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ଚାରିଜଣ ଯାକ ବକ୍ତା ଶିକ୍ଷକ। ପୂର୍ବତନ ଆୟକର ଅଯୁକ୍ତ ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।
ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ଅଧ୍ୟାପକ ସାମୁଏଲ ଦାନୀ, ପଦ୍ମ ଲୋଚନ ଵର୍ମା, ଜିତେନ୍ଦ୍ର ସୁନା, ସର୍ବଶ୍ରୀ କାର୍ତ୍ତିକ ବାଗ,ନନ୍ଦ କିଶୋର ପ୍ରଧାନୀ, ନନ୍ଦଲାଲ ବାରିକ, ଭଗତ ସିଂହ, ଆକାଶ ସିଂହ
ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ଚନ୍ଦ୍ରଶେଖର ପୋଢ଼ ଧନ୍ୟବାଦ ପ୍ରଦାନ କରିଥିଲେ।
