*ବୋଡ଼େନ ବ୍ଲକରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
, ତା ୨୨/୧୨/୨୫
ନୂଆପଡା ଜିଲ୍ଲାଅନ୍ତର୍ଗତ ବୋଡ଼େନ ବ୍ଲକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଓ ଏସ୍ ପି ଙ୍କ ସହ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର ଏ ମାଧବୀ ଲତା, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଶିବିରରେ ୫୧ଗୋଟି ବ୍ୟକ୍ତିଗତ ଓ ୧୬ ଟି ଗୋଷ୍ଠିଗତ ଏଭଳି ମୋଟ ୬୭ ଗୋଟି ଅଭିଯୋଗର ଶୁଣାଣି ଜିଲ୍ଲାପାଳ କରିଥିଲେ । ଏହି ସବୁ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଡ଼ିଓ ସୁଶାନ୍ତ କୁମାର ରଣା , ତହସିଲଦାର ସରିତା ଗୁପ୍ତା, ଡେପୁଟୀ କଲେକ୍ଟର ଶେଖ୍ ନସିମ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସଭାରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ,ଲାଇନ୍ ବିଭାଗ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ଅଭିଯୋଗ ଶିବିର ଉପଲକ୍ଷେ ବ୍ଲକ୍ ପରିସରରେ ଗୋଟିଏ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରା ଯାଇଥିଲା । ସେହିପରି ସ୍ଥାନୀୟ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଡଃ କିଶୋର କୁମାର କର୍ଣ୍ଣଙ୍କ ଉଦ୍ୟମରେ ଏନ୍ ଏସ୍ ଏସ୍ ଛାତ୍ର ଓ ସମ୍ବାଦ ମିଳିତ ଆନୁକୁଲ୍ୟରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା l ଶିବିରରେ ଜିଲ୍ଲାପାଳ ରକ୍ତଦାତା ମାନଙ୍କୁ ଉତ୍ସାହିତ କରି ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l ରକ୍ତ ଦାନ ଶିବିର ଆୟୋଜନରେ ସମ୍ବାଦ ପ୍ରତିନିଧି ଭୀଷ୍ମ ଦେବ ହେର୍ଣା, ଦିଲ୍ଲୀପ କୁମାର ପଣ୍ଡା ଏବଂ ସାମ୍ବାଦିକ ରାମନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ଏହି ଅବସରରେ ଫର୍ଶରା ଗ୍ରାମ ପଂଚାୟତରେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ପ୍ରାଣୀ ପାଇଁ ଦିନଟିଏ ନାମରେ ଗୋଟିଏ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା l
