କଳାହାଣ୍ଡି କଣ୍ଟେଡ କ୍ରିଏଟର ମିଟ ୨୦୨୫ପାଲିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ତା ୨୧/୧୨ ଜୁନାଗଡ ବ୍ଲକ ଅନ୍ତର୍ଗତ ଭତ୍ରାଡେମ ଠାରେ ଆୟୋଜିତ ହୋଇଥିବା
କଳାହାଣ୍ଡି କ୍ରିଏଟର ମିଟ ୨୦୨୫ ଧୁମଧାମରେ କଳାହାଣ୍ଡି ରେ ଲୁକ୍କାୟିତ ହୋଇଥିବା କଳାକାର ମାନଙ୍କୁ ନେଇ ଆଜି ଧୁମ୍ ଧାମରେ ପାଲନ କରାଜାଇଛି।ଏହି କ୍ରିଏଟର ମିଟ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ର କୋଣ ଅନୁକୋଣରେ ପରିଚିତି କଳାକାର, ସର୍ବେଶ୍ଵର ଭୋଇ, ଓ କଳାହାଣ୍ଡି କଟ୍ଟପା, ନାମରେ ପରିଚିତ , ସୁନିଲ ମହାନନ୍ଦ, ଏବଂ ଲୋକଙ୍କ ମୁଁହ ରେ ହସ ଦେଉଥିବା ,ଚନ୍ଦନ ଶତପଥି, ବିନୟ କୁମାର ସାହୁ,ଓ ସଙ୍ଗିତା ରାଉତ ଉପସ୍ଥିତ ରହିଥିଲେ, ଓ କ୍ରିଏଟର ମିଟ କୁ ଆଗକୁ ବଢ଼ାଇଥିଲେ ଏବଂ କଳାକାର ମାନଙ୍କୁ କିପରି ଭାବରେ ନିଜର କଳାକୁ ପ୍ରଦର୍ଶନ କରି ଲୋକଲୋଚନକୁ ଆଣି କଳାହାଣ୍ଡିର ନାମ ଦେଶ ବିଦେଶ ରେ କିପରି ପ୍ରଚାରହେବ, କଳାହାଣ୍ଡି ର ଗର୍ବ ଗୌରବ ବଢିବ ସେଥିପ୍ରତି ଆଲୋକପାତ କରିଥିଲେ। ସମସ୍ତ କ୍ରିଏଟ୍ର ମାନଙ୍କୁ ଶର୍ବେଶ୍ଵର ଭୋଇ ଓ କଲାହାଣ୍ଡି କଟ୍ଟପା ଉତ୍ସାହିତ କରିଥିଲେ। ରାକେଶ ନନ୍ଦ,ରାମ ମେହେର,ବ୍ଲାକ କିଙ୍ଗ,ଅଲ୍ ଇସଟାଗ୍ରାମ କ୍ରିଏଟର ଉପସ୍ଥିତ ରହିଥିଲେ। ଆଗାମି ଦିନରେ ମଧ୍ୟ କଳାହାଣ୍ଡି କଣ୍ଟେଡ କ୍ରିଏଟର ପ୍ରୋଗ୍ରାମ ଧୁମଧାମରେ ପାଲନକରାଜିବ ବୋଲି ଅରଗାନାଇଜର ଶ୍ରୀ ସତ୍ୟ ଗୁରୁ ଓ ସମସ୍ତ କ୍ରିଏଟର ମତପ୍ରକାଶ କରିଥିଲେ।
କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
