ଗୋଷାଣୀ ବ୍ଲକ ରାମ୍ପା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ସ୍ଥଳୀରେ ଅଚାନକ ମୃତ୍ୟୁ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗାଷଣୀ ବ୍ଲକ୍ ଅନ୍ତର୍ଗତ ରାମ୍ପା ଗ୍ରାମ ପଞ୍ଚାୟତର ସମେଶ ପରିଛା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟ ସ୍ଥଳୀରେ ତା: ୨୭ ବୁଧବାର ଦିନ ଅଚାନକ ମୃତ୍ୟୁକୁ ଘଟଣାକୁ ଅଞ୍ଚଳବାସୀ ଏବଂ ଗୋଷାଣୀ ବ୍ଲକ ସରକାରୀ କର୍ମାରୀମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଗୋଷାଣୀ ବ୍ଲକ୍ ରାମ୍ଫା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିଜ ଘର ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତ ଅନ୍ତର୍ଗତ ଏନ୍ ଝାଲର ସିଂ ଗ୍ରାମ । ସେ ସରକାରୀ କାର୍ଯ୍ୟ ଟି ଗ୍ରାମ ରୋଜକାର କର୍ଯ୍ୟରୁ ପ୍ରମସନ ହୋଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇ ଦେଢ଼ ବର୍ଷ ପୂର୍ବେ ମୋହନାରେ ବ୍ଲକ୍ ଅଞ୍ଚଳରେ କାର୍ଯ୍ୟ କରି କରିଥିଲେ। ମୃତ୍ୟୁ ସମେଶ ପରିଛା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏକ ଶିକ୍ଷିତ ବ୍ୟକ୍ତି ଭାବେ ଖୁବ୍ ପରିଚିତ ଥିଲେ। ତେଣୁ ଏଭଳି ଶିକ୍ଷିତ ବ୍ୟକ୍ତି ମୃତ୍ୟୁକୁ ଅଞ୍ଚଳବାସୀ ଗଭୀର ଶକ ପ୍ରକାଶ କରିଛନ୍ତି।
