*ନୂଆପଡା ସହର ରେ ବଣୁଆ ଭାଲୁଙ୍କ ଚରା ଭୂଇଁ ପାଲଟିଥିବା ବେଳେ ସହର ବାସୀ ଆତଙ୍କିତ, ୩ ଗୋଟି ଭାଲୁ ବୁଲୁଥିବା ଦେଖିବାକୁ ମିଳେ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ସହର ରେ ବଣୁଆ ଭାଲୁଙ୍କ ଚରାଭୂଇଁ ପାଲଟିଥିବା ବେଳେ ସହର ବାସୀ ଆତଙ୍କିତ, ୩ ଗୋଟି ଭାଲୁ ବୁଲୁଥିବା ଦେଖିବାକୁ ମିଳେ। ବଣୁଆ ଭାଲୁ ନୂଆପଡ଼ା ସହର ବିଭିନ୍ନ କାର୍ଯ୍ୟଳୟ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାଖରେ ବୁଲୁ ଥିବା ବେଳେ ଏକ ଘର ପାଚେରୀ ନିକଟ ରେ ଭାଲୁ ସୋଇଥିବା ଦେଖିବାକୁ ପାଇଥିଲେ। ବନ୍ ବିଭାଗ ପକ୍ଷ ରୁ ଭାଲୁ କୁ ସୁରକ୍ଷିତ ସ୍ଥାନ କୁ ଘଉଡାଇବା ପ୍ରୟାସ ପରେ ମଧ୍ୟ ଭାଲୁ ବାରମ୍ବାର ସହର ମୁହାଁ ହୋଇଅଛି। ବନ ଜଙ୍ଗଳ ରେ ଆବଶ୍ୟକ ପରିମାଣରେ ଖାଦ୍ୟ ଭାବ ଦେଖା ଯାଉଥିବା ନେଇ ଭାଲୁ ମାନେ ସହର ମୁହାଁ ହେଉଥିବା ଅନୁମାନ କରାଯାଏ। ବନ୍ ବିଭାଗ ପକ୍ଷ ରୁ ଭାଲୁକୁ ସୁରକ୍ଷିତ ନିକଟ ଜଙ୍ଗଳ କୁ ଘଉଡାଇ ଦେଇଥିବା ଖଡିଆଳ ବନଖଣ୍ଡ ଅଧିକାରୀ ଅଜୀଜ ଖାନ ପ୍ରକାଶ କରିଛନ୍ତି।
