ସୁନିଶ୍ଚିତ ବୟସ, ସୁରକ୍ଷିତ ବିବାହ ଜନ ସଚେତନତା ଶିବିର ଅନୁଷ୍ଠିତ
କାମାକ୍ଷାନଗର -( ରିପୋର୍ଟର – ସତ୍ୟବାଦୀ ସେଠୀ )
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଭୂଷଣ ପଞ୍ଚାୟତ କିଙ୍ଗୋଳ ଗ୍ରାମରେ ଶୁକ୍ରବାର ଦିନ ସୁନିଶ୍ଚିତ ବୟସ, ସୁରକ୍ଷିତ ବିବାହ ଜନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଟି କଞ୍ଜୁମର ୱେଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲlଏନ୍ସ କମିଶନ ଅଫ ଇଣ୍ଡିଆର ରାଜ୍ୟ ନିର୍ଦେଶକ ନୀଳିମା ରାଣୀ ପାତ୍ର ଙ୍କ ନିର୍ଦ୍ଦେଶନା ରେ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟିକୁ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମଲ୍ଲିକ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନିରଞ୍ଜନ ଧୀର, ଜ୍ଞାନ ରଞ୍ଜନ ଧୀର, ଜିତେନ୍ଦ୍ର ଦାସ,ସାଇପଦ ବିଶ୍ଵମୋହନ, ବିଘ୍ନେଶ୍ୱର ଦାସ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ସମାଜରେ ସରକାର ଙ୍କ ଆଇନ ଙ୍କୁ ସମ୍ମାନ ଦେଇ ପ୍ରାପ୍ତ ବୟସ ରେ ବିବାହ କରାଗଲେ କିଭଳି ସୁରକ୍ଷିତ ରହିବା ଏ ବିଷୟରେ ସମସ୍ତ ଜନସାଧାରଣ ଙ୍କୁ ଜନ ସଚେତନତା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ୟୁଥ କ୍ଳବ ର ସଦସ୍ୟ,ଲୋକାଲ ଏନ, ଜି, ଓ ରେ କାର୍ଯ୍ୟରତ ଯୁବପିଢ଼ି, ସାଧାରଣ ବର୍ଗର ମହିଳା ଆଶାକର୍ମୀ, ସର୍ବମୋଟ ୭୫୦ରୁ ଉର୍ଦ୍ଧ ଜନତା ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l
