*ହରଭଙ୍ଗା : ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଉଦଘାଟିତ* ୧୮୫ ପ୍ରକଳ୍ପ ପ୍ରଦର୍ଶିତ
*ହରଭଙ୍ଗା* :-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ରେ ମୁଖ୍ୟଅତିଥି ଭାବରେ ଟେମଲାଲ ଦୁବେ ଜିଲ୍ଲା ଶିକ୍ଷା ଅଧିକାରୀ ବୌଦ୍ଧ , ସମ୍ମାନିତ ଅତିଥି ଭାବରେ ବିଜୟ କୁମାର ପ୍ରଧାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହରଭଙ୍ଗା, ଲବ କୁମାର ପ୍ରଧାନ ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ, କୈଳାସ ପ୍ରଧାନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାବୁଲାଲ ଭୋକ୍ତା ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧଳପୁର, ଜୟନ୍ତ କୁମାର ପ୍ରଧାନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ବୌଦ୍ଧ ଓ ବିଚାରକ ଭାବରେ ବୀରେନ୍ଦ୍ର କୁମାର ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ ଏବଂ ପ୍ରବୀଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅଥିତି ମାନଙ୍କ ଦ୍ୱରା ପ୍ରଦୀପ ପ୍ରଜ୍ଜୁଳନ କରାଯାଇଥିଲା ।ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ମୁଖ୍ୟଅତିଥି ଫିତାକଟି ଅନୁଷ୍ଠାନିକ ଭାବେ ଏହି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ।ପ୍ରଦଶିତ ୧୮୫ ବିଜ୍ଞାନ ପ୍ରକଳ୍ପ ବୁଲିଦେଖିଥିଲେ। ଏବଂ ବିଚାରକ ମଣ୍ଡଳୀ ମଧ୍ୟ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଓ ଵାଲ ବୈଜ୍ଞାନିକ ପ୍ରଦର୍ଶନୀ କୁ ଦେଖି ବିକଶିତ ଭାରତ -ଆତ୍ମନିର୍ଭର ଭାରତ ଉପରେ ପଯ୍ୟବେଷିତ ମେଳା ର ୧୮୫ ପ୍ରକଳ୍ପ ରେ ଅଂଶଗ୍ରହଣ କରିଥିଲେ। ଉଦଘାନୀ ଉତ୍ସବରେ ଜୟନ୍ତ ପ୍ରଧାନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧନ୍ୟବାଦ ଜଣାଇଥିଲେ।ମୁଖ୍ୟତିଥି ଓ ଅନ୍ୟ ଅତିଥି ମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ମାନ ବୁଲି ଦେଖିଥିଲେ।ଶିକ୍ଷକ ନବକୁମାର ଦୀପ ମଞ୍ଚ ପରିଚଳନା କରିଥିଲେ।
