୭୬ ତମ ସମ୍ବିଧାନ ଦିବସ ପାଳିତ
ଆମପାଣି, (ଆ ପ୍ର): କୋକସରା ବ୍ଲକ ଆମପାଣି ଧାନ ମଣ୍ଡି ଠାରେ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ପକ୍ଷରୁ ୭୬ ତମ ସମ୍ବିଧାନ ଦିବସ ପାଳିତ ହୋଇଛି। ସଂଘର ରାଜ୍ୟ ସମ୍ପାଦକ ଦିଶାନ୍ତ ବେଶ୍ରାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମରେ ଶତାଧିକ ବୁଦ୍ଧିଜୀବି,ସଚେତନ ନାଗରିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ଏହି କ୍ରମରେ ମୂଳନିବାସୀ ବହୁଜନ ମିଳିତ ମହାସଂଘ ପକ୍ଷରୁ ଏକ ସମ୍ବିଧାନ ସଚେତନ ରଥ ଆମପାଣି ଠାରେ ପହଞ୍ଚିଥିଲା । ବୁଢ଼ାରଜା ହାଇସ୍କୁଲ ଏବଂ ଏସଏସଡି ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମ ବାସୀ ମାନେ ଉପସ୍ଥିତ ରହି ରଥଟିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ଆଣିଥିଲେ। ପରେ ରଥଟି ଗ୍ରାମ ଗ୍ରାମ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲା। ଅବସର ପ୍ରାପ୍ତ ପ୍ରିନ୍ସିପାଲ ଗୋବର୍ଦ୍ଧନ ବାଗଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଏମବିଏମଏମର ରାଜ୍ୟସ୍ତରୀୟ କାର୍ଯ୍ୟକାରୀ ସଭାପତି ଯତୀନ୍ଦ୍ର କର ,ସମ୍ମାନିତ ଅତିଥି ଭାବେ ଆଇନଯିବୀ ଦିଗାମ୍ବର ଦୁରିଆ, କିଶୋର ପଟେଲ ପ୍ରିନ୍ସିପାଲ ଜୟ ପାଲ ଶିକ୍ଷାବିତ୍ ସତ୍ୟବାନ୍ ପାଣିଗ୍ରାହୀ,ଚୁଡାମଣି ମହାନନ୍ଦ,ରମଣୀ ଦୂରିଆ, ଏସ ସୁଜାତା, ସ୍ନେହଲତା ଦୁର୍ଗା, ବୈଦେହି ବେଣୁପାଣି, ଅଭିଜିତ କର,ପଙ୍କଜ ବାଗ ପ୍ରମୁଖ ମଞ୍ଚାସିନ ରହିଥିଲେ। ବକ୍ତା ମାନେ ସମ୍ବିଧାନ ନିର୍ମାଣ ଏବଂ ସମ୍ବିଧାନର କାର୍ଯ୍ୟକାରିତା ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରି ନିଜ ହକ୍ ଅଧିକାର ପାଇଁ ସମସ୍ତେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମକୁ ପୂର୍ବତନ ସରପଞ୍ଚ ଟିକିଚନ୍ଦ୍ର ଧମାଝି, ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ, ୱାର୍ଡ଼ ସଭ୍ୟ ନୃପରାଜ୍ ନାଏକ, ହରି ରାଉତ, କେଶବ ବେଣୁପାଣି, ଦୟାନିଧି ନାଏକ,ଗଜିନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।ଏହି କ୍ରମରେ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତରେ ଥିବା ଆମ୍ବେଦକରଙ୍କ ପ୍ରତମୂର୍ତ୍ତୀ ନିକଟରେ ସମ୍ବିଧାନ ସଚେତନ ରଥ ପହଞ୍ଚି ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ
