*ନୂଆପଡା ପରିବହନ ବିଭାଗ ପକ୍ଷରୁ “ଶୂନ୍ୟ ମୃତାହତ ପକ୍ଷ ପାଳନ” ରାଲି କୁ ଜିଲାପାଳଙ୍କ ଦ୍ଵାରା ଶୁଭାରମ୍ଭ l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲାପାଳ ମଧୁସୂଦନ ଦାଶ ଆଜି ପରିବହନ ବିଭାଗ ପକ୍ଷରୁ “ଶୂନ୍ୟ ମୃତାହତ ପକ୍ଷ ପାଳନ “ଅବସରରେ ଅନୁଷ୍ଠିତ ଏକ ରାଲିକୁ ଉଦ୍ଘାଟନ କରିଥିଲେ l ଏହି ରେଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିଥିଲା l ଜନସାଧାରଣ ମଧ୍ୟରେ ସଡକ ସୁରକ୍ଷା ସଚେତନତା ପାଇଁ ଏହି ପଦଯାତ୍ରାକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ I ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ଶତାଧିକ ଛାତ୍ରଛାତ୍ରୀ ଏହି ପଦଯାତ୍ରା ରେ ଅଂଶଗ୍ରହଣ କରି ଥିଲେ Iଏହା ସହିତ ପଥପ୍ରାନ୍ତ ନାଟକ ଦ୍ଵାରା ଜନସଚେତନତା ସୃଷ୍ଟି କରାଯାଇଥିଲା lଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଂଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣାଙ୍କ ଦ୍ଵାରା ୨୬ ତାରିଖ ଦିନ ଖରିଆର ରୋଡ଼ ସ୍ଥିତ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
