ଦେଶୀ ମଦ ବୋଝେଇ ପିକଅପ ଧକ୍କାରେ ଭାଙ୍ଗିଲା ପୋଷ୍ଟ ଅଫିସ ଘର। ଅଳ୍ପରେ ବଞ୍ଚିଲେ ପୋଷ୍ଟ ମାଷ୍ଟର ଓ ଗ୍ରାହକ। ପୋଲିସ ଆଗରେ ଦୌଡ଼ି ପଳାଇଲେ ଡ୍ରାଇଭର।
ବସ୍ତା:- (ନି ପ୍ର)
ବାଲେଶ୍ଵର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମରେ। ସୂଚନା ଅନୁସାରେ ଆଜି ଦିନ ୧୨.୩୦ ମିନିଟ ସମୟରେ ବୈଶିଙ୍ଗା ରୁପସା ରାସ୍ତାରେ ଏକ ଦେଶୀମଦ ଭର୍ତ୍ତି ପିକଅପ ଭେନ ଆସୁଥିବା ବେଳେ, ବୈଶିଙ୍ଗା ଥାନା ଥାନା ଅଧିକାରୀ ଉକ୍ତ ଗାଡିକୁ ପିଛା କରୁଥିଲେ। ତେବେ ଗାଡି ଡ୍ରାଇଭର ଅସ୍ତବ୍ୟସ୍ତ ହୋଇ ଦ୍ରୁତଗତିରେ ଗାଡିକୁ ରୁପସା ଥାନା ଲଛମନଖୁଣ୍ଟା ଗ୍ରାମକୁ ଜୈନିକ ବ୍ୟକ୍ତିଙ୍କ ଘର ଭିତରକୁ ପଶି ଯାଇ ଧକା ଦେଇଥିଲା, ଉକ୍ତ ଘରଟି ଭଡ଼ାରେ ପୋଷ୍ଟ ଅଫିସ ନାମରେ ଦିଆ ଯାଇଛି। ବୈଶିଙ୍ଗା ଥାନା ଅଧିକାରୀ ରୁପସା ଥାନାକୁ ଖବର ଦେଇ ଫେରିଥିଲେ। ରୁପସା ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏ.ଏସ.ଆଇ ବିକାଶ ସେଠି ଙ୍କ ନେତୃତ୍ୱରେ ଏକ ଟିମ ଲଚ୍ଛମନଖୁଣ୍ଟା ଗ୍ରାମରେ ଚଢ଼ାଉ କରି ପିକଅପ ସହ ମଦ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁ ଦ୍ଦିନଙ୍କ ରିପୋର୍ଟ ଭଞ୍ଜଦୂତ ନ୍ୟୁଜ।
