ବୌଦ୍ଧ ର ବର୍ଣାଳୀ, କରାଟେ ଜୁନିଅର ଚମ୍ପିୟାନ
——————–
ଜେ.ଏନ ଇଣ୍ଡୋର ଷ୍ଟାଡିଅମ କଟକ ଠାରେ ଅନୁଷ୍ଠିତ ହୋଇଥିବା ଏକାଦଶ ସର୍ବଭାରତୀୟ କରାଟେ ଚାମ୍ପିୟନସିପ ପ୍ରତିଯୋଗିତାର ଜୁନିୟର ବିଭାଗରେ, ବୌଦ୍ଧ ଜିଲ୍ଲାର ର ସୁଶ୍ରୀ ବର୍ଣାଳୀ ରଣା ଦ୍ଵିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ବିଜେତା ହୋଇଛନ୍ତି l ଚଳିତ ବର୍ଷ ର ଏହି ସର୍ବଭାରତୀୟ ପ୍ରତିଯୋଗିତା ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବେଳେ, କଟକ ସି ଡି ଏ ସ୍ଥିତି ଏ ବି ପି ଇଂଲିଶ ମିଡ଼ିଅମର ଛାତ୍ରୀ ଜୁନିଅର ବିଭାଗରେ ଓଡିଶାରୁ ପ୍ରତିନିଧିତ୍ୱ କରିଥିଲେ l ସୁଶ୍ରୀ ବର୍ଣାଳୀ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁମାରୀ ଗ୍ରାମର ଜନ୍ମିତ ଏବଂ ଏବେ ସେ କଟକ ରେ ରହି ଶିକ୍ଷାଲାଭ କରୁଛନ୍ତି l ସୁଶ୍ରୀ ବର୍ଣାଳୀ, ବିଶିଷ୍ଟ ସିନେ ନିର୍ଦେଶକ କୁମାରଶ୍ରୀ ବନୁ ରଣାଙ୍କ ଏକମାତ୍ର କନ୍ୟା ଅଟନ୍ତି l
