ଆଇକନିକ୍ ସ୍କୋର୍ଟ ଫାଉଣ୍ଡେଶନ (ଆଇଏସ୍ଏଫ୍) ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ (ଏଓସିଏ)ର ମିଳିତ ଆନୁକୂଲ୍ୟରେ ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର ଲିଗ୍ (ଆଇଓସି ପିଏଲ୍ ) – ୨୦୨୫ ଶୁକ୍ରବାର ଉଦଘାଟିତ ହୋଇଥିଲା।
ଉଦଘାଟନ ଦିବସ ରେ ରାଜ୍ୟ ଭାଜପାର ଉପ ସଭାପତି ଗୋଲକ ମହାପାତ୍ର,
ଏଆରବି ଆସୋସିଏଟ୍ସର ରାଜୀବ ଶେଖର ସାହୁ, ସୋଆ ବିଶ୍ବବିଦ୍ୟାଳୟର ଡିନ୍(ଛାତ୍ର କଲ୍ୟାଣ) ଜ୍ୟୋତି ରଞ୍ଜନ ଦାସ, ଅନ୍ତର୍ଜାତୀୟ ମାଷ୍ଟର ସ୍ବୟଂଶୁ ସତ୍ୟପ୍ରଜ୍ଞ, ସୋନପୁର ଫାମିଲି କୋର୍ଟର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର, ଏସ୍ଏମ୍ ଆସୋସିଏଟ୍ସର ସିଏସ୍ ସୁନୀତା ମହାନ୍ତି ପ୍ରମୁଖ ସମ୍ମାନୀୟ ଅତିଥିଭାବେ ଯୋଗ ଦେଇଥିଲେ।
ଟୁର୍ନାମେଣ୍ଟ ନିର୍ଦ୍ଦେଶକ ତଥା ଏଓସିଏ ସମ୍ପାଦକ ଦେବବ୍ରତ ଭଟ୍ଟଙ୍କ ସଭାପତିତ୍ୱରେ ଉକ୍ତ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଇଏସ୍ଏଫ୍ର ରାଜ୍ୟ ଆବାହକ ରାଶି ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସମାରୋହରେ ଚିଦାୟିକା ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।
କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅନ୍ତର୍ଜାତୀୟ ଅର୍ବିଟର୍ ସୁରେଶ ସାହୁ, ତାପସ ମହାନ୍ତି, ପିଙ୍କି ମହାପାତ୍ର, ଅଭିଷେକ ଆଚାର୍ଯ୍ୟ ପ୍ରମୁଖ ଲିଗ୍ ପରିଚାଳନା ଦାୟିତ୍ବରେ ଅଛନ୍ତି।
ପ୍ରତିଯୋଗିତାରେ ଭାଗନେଇ ଥିବା ୧୨ ଟି ଦଳ ହେଲେ ଅମ୍ବର ଆଭେଞ୍ଜର୍ସ,କୋଣାର୍କ କିଲ୍ସ, କଳିଙ୍ଗ ୱାରିୟର୍ସ, , ମହାନଦୀ ଫାଲ୍କନ୍ସ, ବାରବାଟୀ ବ୍ୟାଟଲର୍ସ, ଭିକ୍ଟୋରିଆ ଭିକ୍ଟର୍ସ, ରାଜଧାନୀ ଚ୍ୟାଲେଞ୍ଜର୍ସ, ଏଲୋରା ଇଲାଇଟ୍ସ, ଚୋଲା ଚାମ୍ପିୟନ୍ସ, ନାଳନ୍ଦା ନାଇଟ୍ସ,ଗୋଲକୋଣ୍ଡା ଗାର୍ଡିଆନ୍ସ,ସାଞ୍ଚ୍ ଷ୍ଟ୍ରାଟେଜିଷ୍ଟ.
14,15 ଏଵଂ 16 ତାରିଖ ରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ୨ ଗ୍ରାଣ୍ଡମାଷ୍ଟର, ९४ ଅନ୍ତର୍ଜାତୀୟ ମାଷ୍ଟର, ୩ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୮ ଫିଡେ ମାଷ୍ଟର, ୩ ମହିଳା ପିଡେ ମାଷ୍ଟର, و କ୍ୟାଣ୍ଡିଡେଟ୍ ଡେଟ୍ ମାଷ୍ଟର ଓ ଜଣେ ମହିଳା କ୍ୟାଣ୍ଡିଡେଟ୍ ମାଷ୍ଟରଙ୍କ ସହ ୩୭ଜଣ ପିଡେ ଟାଇଟଲଧାରୀଙ୍କୁ ମିଶାଇ ମୋଟ ୯୬ ଖେଳାଳି ଅଂଶଗ୍ରହଣ କରିଥିଲେ ରବିବାର ଦିନ ଏହି ଲିଗ ର ଫାଇନାଲ ଅନୁଷ୍ଠିତ ହୋଇଥିଲା.
ହାରଜିତ ବଡ଼ କଥା ନୁହେଁ, ଭାରତ ଏଵଂ ଓଡିଶାର ଚେସ ଖେଳାଳି ମାନଙ୍କୁ ପ୍ରୋତ୍ସାହିତ କରିବା ଏହି ପ୍ରିମିୟର ଲିଗର ମୁଖ୍ୟ ଉଦ୍ୟେଶ ବୋଲି କହିଥିଲେ ଅମ୍ବର ଆଭେଞ୍ଜର୍ସର ଦଳ ମୁଖ୍ୟ ତଥା ବିଶିଷ୍ଟ ପ୍ରଯୋଜକ ଡ଼. କେ. ତମନ୍ନା.
ଗୋଲକୋଣ୍ଡା ଗାର୍ଡିଆନ୍ସ ଏଵଂ ବାରବାଟୀ ବ୍ୟାଟଲର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା.
ଗୋଲକୋଣ୍ଡା ଗାର୍ଡିଆନ୍ସକୁ ଚମ୍ପିୟାନ ଘୋଷଣା କରାଯାଇଥିଲା.ପ୍ରଥମ ରନର୍ସ ଅପ ବାରବାଟୀ ବ୍ୟାଟଲର୍ସ ଏଵଂ ଦ୍ଵିତୀୟ ରନର୍ସ ଅପ ହୋଇଥିଲେ ଭିକଟୋରିଆ ଭିକ୍ଟୋରିଆ ଭିକ୍ଟର୍ସ.
ଭବିଷ୍ୟତରେ ଚେସ ଖେଳର ବିକାଶ ପାଇଁ ଜିଲ୍ଲା ସ୍ତରରେ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ଡ଼. କେ. ତମନ୍ନା ଏବଂ ଓଡିଶା ଚେସ ପ୍ରିମିୟର ଲିଗ ପକ୍ଷରୁ
ଦେବବ୍ରତ ଭଟ୍ଟ ମତପ୍ରକାଶ କରିଥିଲେ.
