*ନୂଆପଡା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟ ହେବା ପରେ ଖରୀଆର ରୋଡ ଠାରେ ଏକ ଶୋଭାଯାତ୍ରା କରିଥିଲେ।*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଏକ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଅଛି। ଏହି ବିଜୟ ଉତ୍ସବ ରେ ମନ୍ତ୍ରୀ ରବୀ ନାରାୟଣ ନାଏକ ଏବଂ ଗୋକୁଲାନନ୍ଦ ମଲ୍ଲିକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଉପସ୍ଥିତ ଥିଲେ। ସମସ୍ତେ ତାଙ୍କୁ ଫୁଲ ଗୁଚ୍ଚ୍ଚ ଦେଇ ସ୍ବାଗତ କରିଥିବା ବେଳେ ମନ୍ତ୍ରୀ ରବୀ ନାଏକ ବିଜୟ ନେଇ ଘୋଷଣା କରିଥିଲେ । ଚଳିତ ଉପନିର୍ବାଚନ ରେ ଦଳୀୟ ପ୍ରଥି ଜୟ ଢୋଲକିଆ ୧ ଲକ୍ଷ ୨୩ ହଜାର ୭୫୮ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଙ୍କ ଠାରୁ ୮୩ ହଜାର ୭୪୮ ଖଣ୍ଡ
ଭୋଟ ରେ ବିଜୟୀ ହୋଇଥିବା ପ୍ରକାଶ କରିଛନ୍ତି।କଂଗ୍ରେସ ପ୍ରାର୍ଥୀ ୪୦ ହଜାର ୧୨୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି। ଆଜି ଏକ ଶୋଭାଯାତ୍ରା ଖରୀଆର ରୋଡ ରାମ ମନ୍ଦିର ରୁ ବାହାରି ନୂଆପଡ଼ା ଦଳୀୟ କାର୍ଯ୍ୟାଳୟ ପହଞ୍ଚିଥିଲା। ସେଠାରୁ ବସନ୍ତ ପଣ୍ଡାଙ୍କୁ ସ୍ବାଗତ କରି ତାଙ୍କ ଘରୁ ଆଣିବା ପରେ ନୂଆପଡ଼ା ପାର୍ଟି କାର୍ଯ୍ୟାଳୟ ରେ ବିଜୁ ଉତ୍ସବ ପାଆଲନ ହେଉଅଛି। ନୂଆପଡ଼ା ନଗର ପରିକ୍ରମା କରିଅଛି
