ଗୁମ୍ମା ବ୍ଲକ ରେ ଅଶୋକ ଚକ୍ର ଓ ଅଶୋକ ସ୍ତମ୍ଭ ପ୍ରତି ଅସମ୍ମାନ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ଅଶୋକ ଚକ୍ର ଓ ଅଶୋକ ସ୍ତମ୍ଭ ପ୍ରତି ଅସମ୍ମାନ ଚିତ୍ର ଦେଖିବାକୁ ମିଳିଛି। ପୁନରୁଦ୍ଧାର ନାଆଁ ରେ ସୁନ୍ଦର ଗଛ ଗୁଡ଼ିକ କାଟି ଦିଆଯିବା ସହ ପୂର୍ବରୁ ଥିବା ଅଶୋକ ଚକ୍ର ଓ ଅଶୋକ ସ୍ତମ୍ଭ ଭାଙ୍ଗି ଗୋଟିଏ କୋଣ ରେ ପକାଇ ଦିଆଯାଇଛି। ଏହା ଦ୍ବାରା ଗୁମ୍ମା ବ୍ଲକର ଜନସାଧାରଣଙ୍କ ଦେଶପ୍ରେମ ପ୍ରତି ବ୍ଲକ୍ ପ୍ରଶାସନ ଗଭୀର ଆଘାତ କରିଛନ୍ତି। ଗୁମ୍ମା ନାଗରିକ ମଞ୍ଚ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ସସମ୍ମାନେ ତୁରନ୍ତ ଏହାକୁ ପୁନଃ ନିର୍ମାଣ କରିବା, ସଠିକ୍ ଜାଗାରେ ଅବସ୍ଥାପିତ କରିବା ଏବଂ ବ୍ଲକ୍ ର ଜନସାଧାରଣ ମାନଙ୍କ ନିକଟରେ ପ୍ରଶାସନ କ୍ଷମା ପ୍ରାର୍ଥନା କରିବାକୁ ଗୁମ୍ମା ନାଗରିକ ମଞ୍ଚ ଆବାହକ ସୁସ୍ଥିର ଷଡଙ୍ଗୀ ଦାବି କରିଛନ୍ତି।
