*ପତିତପାବନ ବିଦ୍ୟାଳୟର ୬୨ ତମ ଶିଶୁ ମହୋତ୍ସବ*
ତିର୍ତ୍ତୋଲ ବ୍ଲକ ଆମ୍ବେରୀ ପଞ୍ଚାୟତ ସ୍ଥିତ ପତିତପାବନ ବିଦ୍ୟାଳୟ ସମୂହ ତରଫରୁ ୬୨ ତମ ଶିଶୁ ମହୋତ୍ସବ ପାଳନ ହୋଇଯାଇଅଛି | ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ମହୋତ୍ସବ କୁ ଉଦଘାଟନ କରିଥିଲେ, ମୁଖ୍ୟବକ୍ତା ଭାବେ ବିଚିତ୍ରାନନ୍ଦ ଦାସ, ସଂମ୍ମାନିତ ଅତିଥିଭାବେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତାପ କୁମାର ସାହୁ, ବିଭୁ ପଦାରବିନ୍ଦ ଦାସ, ରବୀନ୍ଦ୍ରନାଥ ଦାସ, ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଗତ ଦଶମ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଦୁଇ ଛାତ୍ରୀ ଅନିଶା ମହାନ୍ତି ଏବଂ ସାଇସ୍ମିତା ଲେଙ୍କା ବାସୁଦେବ ଫାଉଣ୍ଡେସନ ମେମୋରିଆଲ ତରଫରୁ ସମ୍ମାନିତ ହୋଇଥିବା ବେଳେ ଗୁଣନିଧି ବଦନସୁନ୍ଦରୀ ସ୍ମୁତିସମ୍ମାନରେ ୨୦୨୪ ମସିହା ପାଇଁ ସେକ ଅତୀବ ଅଲ୍ଲୀ ୨୦୨୫ ମସିହା ପାଇଁ ଅନିଶା ମହାନ୍ତି ସର୍ବୋଚ୍ଚ ନମ୍ବର ରଖିଥିବା ଯୋଗୁଁ ସଂମ୍ମାନିତ କରାଯାଇଥିଲା | ପ୍ରାରମ୍ଭରେ ବିଦ୍ୟାଳୟ ତରଫରୁ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ମଲ୍ଲିକ ଏବଂ ନିତ୍ୟାନନ୍ଦ ଦାସ ଙ୍କ ସମେତ ମୃଦଙ୍ଗ ବାଦକ ଗାଲେଖ ମହାରଣା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରତାପ କୁମାର ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସରପଞ୍ଚ ବିକ୍ରମ ମହାନ୍ତି ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ଘଟିଲେ ସମାଜର ଉନ୍ନତି ସମ୍ଭବ | ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଅମୁଲ୍ୟ ରତ୍ନ ଏବଂ ତାର ସଯତ୍ନ ବିକାଶ ଆମର ଦାୟିତ୍ୱ ବୋଲି ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ | ବରିଷ୍ଠ ଶିକ୍ଷକ ବିଶ୍ୱନାଥ ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ | ଏହି ଶିଶୁ ମହୋତ୍ସବ ର ପ୍ରଥମ ପର୍ଯ୍ୟାୟରେ ପିଲାମାନଙ୍କ ଦ୍ୱାରା ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ଖାଦ୍ୟ ବଜାର ର ଆୟୋଜନ କରାଯାଇଥିଲା | ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତକାରୀ ଗ୍ରୁପକୁ ପୁରସ୍କୃତ କରାଯାଇଥିଲା | ପିଲାମାନଙ୍କ ମଧ୍ୟରେ ମୁରୁଜ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା |
ପତିତପାବନ ବିଦ୍ୟାଳୟ ସମୂହ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏହି ମହୋତ୍ସବ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିଲେ | ଏହି ଅବସରରେ ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରାଚୀର ପତ୍ର ‘ସୃଷ୍ଟି’ ଉନ୍ମୋଚନ କରାଯାଇଥିଲା | ଛାତ୍ରଛାତ୍ରୀ ଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ବିଦ୍ୟାଳୟ ର ଏହି ଶିଶୁ ମହୋତ୍ସବ ଆୟୋଜନକୁ ଅତିଥିଗଣ, ଗ୍ରାମବାସୀ, ଅଭିଭାବକ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିବା ସହିତ ଭୂଷିୟ ପ୍ରଶଂସା କରିଥିଲେ | ପରିଶେଷରେ ପରିବେଶ ପ୍ରେମୀ ବିବେକାନନ୍ଦ ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ଙ୍କ କରକମଳରେ ବିଦ୍ୟାଳୟ ନିକଟରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା |
