*ନୂଆପଡା ଉପ ନିର୍ବାଚନ ନେଇ ଉଭୟ ଜିଲ୍ଲାପାଳ ଏବଂ ଏସ ପି ଗଣତନ୍ତ୍ର ଅଧିକାର କୁ ସାବ୍ୟସ୍ତ କରିବାକୁ ଆହ୍ବାନ କରିଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଥିବା ପୋଲିସ ଆରକ୍ଷୀ ଅଧିକ୍ଷକ ପ୍ରକାଶ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ୭୧ ତମ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆସନ୍ତାକାଲି ସକାଳୁ ହେବ ଉପ ନିର୍ବାଚନ । ଏହି ଉପ ନିର୍ବାଚନ ରେ ନିଜ ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣ ଙ୍କୁ ଆହ୍ବାନ କରିଛନ୍ତି। ସେହିପରି ପୋଲିସ ଆରକ୍ଷୀ ଅଧିକ୍ଷକ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି
। ଜିଲ୍ଲା ପୋଲିସ, ୧୪ କଂପାନୀ ପୋଲିସ ଫୋର୍ସ ଆସିଥିବା ବେଳେ ଅତି ସମ୍ବେଦନଶୀଲ୍ ବୁଥ ରେ ମାଓ ଅଞ୍ଚଳ ରେ ନିୟୋଜିତ ହେବା ସୁରକ୍ଷା ବାହିନୀ ନିୟୋଜିତ ହେବେ ବୋଲି ପ୍ରକାଶ କରିଛନ୍ତି।
