ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ନେଇ ଏକତା ପଦଯାତ୍ରା।
ଗଜପତି (ଟିକି ଲିମା)
ଗଜପତି ଜ଼ିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150 ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏକ ଭାରତ ଆତ୍ମ ନିର୍ଭର ଭାରତ ଉଦ୍ଦେଶ୍ୟରେ ଏକ ବିଶାଳ ପଦ ଯାତ୍ରାରେ ବ୍ରହ୍ମପୁର ସାଂସଦ , ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜ଼ିଲ୍ଲା ର ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ପାରଳାଖେମୁଣ୍ଡି ର ବୁଦ୍ଧିଜୀବୀ ସାମିଲ ହୋଇ ଗଜପତି ଷ୍ଟାଡିୟମ ଠାରୁ ନଗର ପରିକ୍ରମା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା, କଲେଜ ଛକ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା। ପରେ ପୁଣି ଗଜପତି ଷ୍ଟାଡିୟମ ଠାରେ ପହଞ୍ଚି ଏକ ସଭାର ଆୟୋଜନ କରାଯାଇ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଂକ ଉଦ୍ଦେଶ୍ୟ ଜନ ସାଧାରଣଙ୍କୁ ଜଣାଇବା ସହ ସ୍ମ୍ତତି ଚାରଣ କରିଥିଲେ। ଯାହାକି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
