ବଘିଆପଡା ଗ୍ରାମ ପଞ୍ଚାୟତ ଗସ୍ତରେ ଜିଲ୍ଲାପାଳ, ବିଭିନ୍ନ ପ୍ରକଳ୍ପର କଲେ ପରିଦର୍ଶନ – ଅଦ୍ୟ ତା. 4.11.2025 ରିଖ
ମଙ୍ଗଳବାର ଅପରାନ୍ହ 4 ଘଟିକା ସମୟରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ବୌଦ୍ଧ ବ୍ଲକ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତକୁ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାପାଳ ଶ୍ରୀ ନାୟକ କନକ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗ୍ରାମରେ ହୋଇଥିବା ଏକ କଂକ୍ରୀଟ ରାସ୍ତା କାମ ଦେଖିଥିଲେ l ସେହିପରି ଏରେଡା ଗ୍ରାମରେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ନିର୍ମିତ ଜଣେ ହିତାଧିକାରୀଙ୍କ ଗୁହାଳ ଘର ଦେଖିଥିଲେ l ମେଣ୍ଢ1ମାଲ ଏସସି ଏସଟି ବିଭାଗ ପରିଚାଳିତ ହାଇସ୍କୁଲ ଓ ହଷ୍ଟେଲ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ | ତାମ୍ବିଦରହ ଠାରେ ଥିବା ଭଗ୍ନ ପ୍ରାୟ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ | ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୁଗଳ କିଶୋର ବିଶ୍ୱାଳ ଓ ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ lବୌଦ୍ଧ ରୁ କୃଷ୍ଣ ଚନ୍ଦ୍ର ସିଂହ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ଼
