ଫକୀର ମୋହନ ନଗରରେ ମହାସମାରୋହରେ ପାଳିତ ହେଲା କାର୍ତିକ ପୂର୍ଣ୍ଣିମା!
ବାଲେଶ୍ୱର ସ୍ଥାନୀୟ କରଞିଆ ପଞ୍ଚାୟତ ଅନ୍ତର୍ଗତ ଫକୀରମୋହନ ନଗର ବାବା ଇଶାନେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ କିଛିଦିନ ଧରି କାର୍ତିକ ପୂର୍ଣ୍ଣିମା ଅନ୍ନପୂର୍ଣ୍ଣା ସେବା ସଂସ୍ଥା ତରଫରୁ ପାଳିତ ହୋଇଯାଇଛି। ସଂସ୍ଥାର ଆବାହକ ସବିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗତ ଚାରି ଦିନ ଧରି ବିଭିନ୍ନ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ତଥା ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ତଥା ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦାନ ଦେଇ କାର୍ତିକ ପୂର୍ଣ୍ଣିମା ଅବସରରେ ମହିଳା ମାନଙ୍କର ଭୂମିକା ତଥା ସଶକ୍ତି କରଣ ଉପରେ ଗୁରୁତ୍ବ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସେବା ସଂସ୍ଥାର ସଦସ୍ୟା ମାନଙ୍କ ସମେତ ଫକୀରମୋହନ ନଗରର ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ପରିଚାଳନା କରିଥିଲେ।।।ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
