*ନୂଆପଡା ଉପ ନିର୍ବାଚନ ନେଇ କଂଗ୍ରେସ ପକ୍ଷ ରୁ ପ୍ରଚାର ସରଗରମ, ଘାସିରାମ ମାଝୀ ବିଜୟ ନେଇ ଲୋକଙ୍କ ଆସ୍ଥା ପାଇବେ ବୋଲି ଅଜୟ କୁମାର ଲଲୁ ପ୍ରକାଶ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ କଂଗ୍ରେସ ପକ୍ଷ ରୁ ପ୍ରଚାର ସରଗରମ, ଘାସିରାମ ମାଝୀ ବିଜୟ ନେଇ ଲୋକଙ୍କ ଆସ୍ଥା ପାଇବେ ବୋଲି ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲୁ ପ୍ରକାଶ କରିଛନ୍ତି। ଆଜି କଂଗ୍ରେସ୍ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ କୋମନା ବ୍ଲକ୍ ୩ ନମ୍ୱର୍ ଜିଲ୍ଲାପରିଷଦ ରେ ନିର୍ବାଚନ ପ୍ରଚାର କରୁଛନ୍ତି। ତାଙ୍କର ଆଦିବାସୀ ନେତା ସଂଗ୍ରାମ କରି ଲାଠି ଖାଇଥିବା ବେଳେ ଜେଲ ମଧ୍ୟ ଯାଇଛନ୍ତି। ପାନୀୟ ଜଳ ସମସ୍ୟା, ଜଳ ସେଚନ ସୁବିଧା, ଜଙ୍ଗଳ ଜମି ପଟ୍ଟା ପ୍ରଦାନ ହେଉ କି ଜଙ୍ଗଳ ସୁରକ୍ଷା ହେଉ ସବୁବେଳେ ଜନତା ଙ୍କ ସହ ରହିଛନ୍ତି । ଭୋଟର ମାନେ ମଧ୍ୟ ଘାସିରାମ ମାଝୀ ଙ୍କୁ ଭୋଟ ଦେବାକୁ ମନସ୍ତ କରିଛନ୍ତି।
